କେନ୍ଦୁଝର: କେନ୍ଦୁଝର ସହର ତଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ରେକ୍ସ ରାକେଟ୍‌ ଚଳାଇଥିବା କିଙ୍ଗପିନ ରାଜା (ଛଦ୍ମନାମ) କେନ୍ଦୁଝର ଟାଉନ ପୁଲିସ ଜାଲରେ ପଡ଼ି ଛଟପଟ ହେଉଛି। କେନ୍ଦୁଝରର ଜଣେ ୧୩ ବର୍ଷୀୟ ନାବାଳିକା ବୁଧବାର ରାଜା ବିରୋଧରେ ଟାଉନ ଥାନାରେ ଅଭିଯୋଗ କରିଥିଲା।

Advertisment

ଅଭିଯୋଗକୁ ଭିତ୍ତି କରି ପୁଲିସ ଗୁରୁବାର ସକାଳେ ରାଜାକୁ ତା' ଘରୁ ଉଠାଇ ଆଣିଥିଲା। ଥାନାରେ ଅଟକ ରଖି ତାକୁ ପଚରାଉଚରା କରୁଛି। ରାଜର ମୋବାଇଲରେ ବହୁ କେନ୍ଦୁଝର, କେନ୍ଦୁଝର ବାହାର ଜିଲ୍ଲା ତଥା ରାଜ୍ୟ ବାହାର ଝିଅଙ୍କ ଫଟୋ ରହିଛି। ଏଥିସହିତ ବହୁ ଗରାଖଙ୍କ ମୋବାଇଲ ନମ୍ବର ମଧ୍ୟ ରହିଛି। ପଚରାଉଚରାରୁ ପୁଲିସ ଜାଣିବାକୁ ପାଇଛି ଯେ, ରାଜା କେନ୍ଦୁଝର ଗମ୍ଭାରିଆ ଅଞ୍ଚଳରେ ଭଡ଼ା ଘରେ ରହୁଥିବା ବେଳେ ସେ ଅଟୋ ଚଳାଇବା ସହିତ ଜଣେ ପାଇପ ମିସ୍ତ୍ରି ଅ‌ଟେ। କିଛି ବର୍ଷ ହେଲାଣି ସେକ୍ସ ରାକେଟ୍‌ ଚଳାଇଛି। ବଙ୍ଗାଳୀ ଯୁବତୀଙ୍କଠାରୁ ଆରମ୍ଭ କରି କଟକ, ଭୁବନେଶ୍ବର, କେନ୍ଦୁଝରର ବିଭିନ୍ନ ଅଞ୍ଚଳରୁ ଝିଅ ଆଣି କାରବାର ଚଳାଇଥିଲା। ଗ୍ରାହକଙ୍କୁ ମୋବାଇଲରେ ଫଟୋ ପଠାଇ ଆକର୍ଷିତ କରାଇଥାଏ।

ଗ୍ରାହକ ଯେଉଁ ଝିଅକୁ ପସନ୍ଦ କରନ୍ତି, ସେହି ଝିଅକୁ ଭିଡିଓ କଲିଂ ଦ୍ବାରା ଗ୍ରାହକଙ୍କ ସହିତ କଥାବାର୍ତ୍ତା କରାଏ ଏବଂ ରେଟ ମଧ୍ୟ ଫାଇନାଲ କରିଥାଏ। ଗ୍ରାହକଙ୍କ ଅର୍ଡର ଅନୁଯାୟୀ ସେ ଯୁବତୀ ଆଣି ପହଞ୍ଚାଇ ଦିଏ। କେଉଁ ଗ୍ରାହକ ତାର ଗାଡ଼ିରେ ବୁଲେଇ ନେବ ତ କିଏ ରାଜାର ଘରେ ତ ଆଉ କିଏ ଅନ୍ୟ ସ୍ଥାନକୁ ମଧ୍ୟ ନିଅନ୍ତି। ତାର ସର୍ବନିମ୍ନ ୫ ଶହରୁ ଆରମ୍ଭ କରି ୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାଏ। ଏଥିନେଇ ଥାନା ଅଧିକାରୀ ପ୍ରମୋଦିନୀ ସାହୁଙ୍କ ପଚାରିବାରୁ ସେ କହିଥିଲେ ଯେ ସଂପୃକ୍ତ ଯୁବକଙ୍କୁ ଅଟକ ରଖାଯାଇଛି। ପଚରାଉଚରା ଚାଲିଛି ବୋଲି ସେ କହିଛନ୍ତି।