ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ବୈଦନାଥ ଥାନା ଅନ୍ତର୍ଗତ ହାତୀବନ୍ଧ ସାହିରେ ଏକ ଭଡ଼ା ଘରୁ ସୋମବାର ଅପରାହ୍ନରେ ଏକ ସେକ୍ସ ର୍ୟାକେଟ ଠାବ କରିଛି ପୁଲିସ। ଏହି ଭଡ଼ା ଘର ଉପରେ ଚଢ଼ଉ କରି ପୁଲିସ ୨ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସମତେ ୨ଜଣ ଯୁବକ ଓ ଜଣେ ଦଲାଲଙ୍କୁ ଗିରଫ କରିଛି। ଦଲାଲ ଜଣକ ଗଞ୍ଜାମ ଜିଲ୍ଲାର ଅଜିତ ବେହେରା ବୋଲି ଜଣାପଡ଼ିଥିବା ବେଳେ ଦୁଇଜଣ ଗ୍ରାହକଙ୍କ ନାମ ଅଶୋକ ମିଶ୍ର ଓ ଅର୍ଜୁନ୍ ଦାସ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାର ଅଜିତ ବେହେରା ହାତୀବନ୍ଧ ସାହିରେ ଏକ ଭଡ଼ା ଘରେ ନେଇ ରହୁଥିଲେ। ଏହି ଭଡ଼ା ଘରେ ସେ ଅନେକ ଦିନ ହେବ ଦେହ ବ୍ୟବସାୟ କରୁଥିଲେ। ବିଭିନ୍ନ ଆଡୁ ମହିଳା ଓ ଯୁବତୀଙ୍କୁ ଆଣି ସେ ଏହି ର୍ୟାକେଟ ଚଳାଇ ଆସିଥିବା ନେଇ ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇଥିଲା। ଆଜି ଅପରାହ୍ନରେ ପୁଲିସ ଅଜିତ ବେହେରାଙ୍କ ଏହି ଭଡ଼ା ଘର ଉପରେ ଆକସ୍ମିକ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ୨ଜଣ ଯୁବତୀଙ୍କ ସହିତ ୨ଜଣ ଯୁବକ ଧରା ପଡ଼ିଥିଲେ। ପୁଲିସ ୨ ଗ୍ରାହକଙ୍କ ସମେତ ଦଲାଲଙ୍କୁ ବି ଗିରଫ କରି ନେଇଛି। ସେମାନଙ୍କ ଠାରୁ ନଗଦ ୧୦୦୦ଟଙ୍କା ଓ ୫ଟି ମୋବାଇଲ ଫୋନ୍ ଜବତ କରିବା ସହିତ ଘଟଣାସ୍ଥଳରୁ ବିଭିନ୍ନ ପ୍ରକାର ଆପତ୍ତିଜନକ ସାମଗ୍ରୀ ପଡ଼ିଥିବା ମଧ୍ୟ ଦେଖିବାକୁ ପାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/sex-racket.jpg)