ମାଲକାନଗିରି: ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେହ ବ୍ୟବସାୟ ଚାଲିଥିବା ବେଳେ ବିଶେଷ ସୂତ୍ରରୁ ମାଲକାନଗିରି ପୁଲିସ ଖବର ପାଇ ଚଢାଉ କରିଥିଲା। ମାଲକାନଗିରି ସହରର ଟେକବାଡି ସାହିରେ ଏବଂ ଏମଭି-୧ ଗ୍ରାମ ନିକଟସ୍ଥ ଦରିଗୁଡା ଗ୍ରାମରେ ଦେହ ବ୍ୟବସାୟ ଦୀର୍ଘ ଦିନ ଧରି ଚାଲିଆସୁଥିଲା। ମାଲକାନଗିରି ପୁଲିସ ଖବର ପାଇ ଏହି ଦୁଇଟି ସ୍ଥାନରେ ଚଢାଇ କରି ୨ ଜଣ ଦେହଜୀବୀଙ୍କୁ ଉଦ୍ଧାର କରିବା ସହ ୬ ଜଣ ଗ୍ରାହକଙ୍କୁ ଗିରଫ କରିଛି। ତେବେ ଦେହଜୀବୀଙ୍କ ମଧ୍ୟରେ ଜଣେ ୧୫ ବର୍ଷର ନାବାଳିକା ମଧ୍ୟ ରହିଥିବା ଜଣାପଡିଛି।
ଗିରଫ ହୋଇଥିବା ୬ ଜଣ ଗ୍ରାହକ ହେଉଛନ୍ତି ଭେଟେନାରୀ କଲୋନୀର ଶୁଧାଂଶୁ ଶେଖର କୁରାମ(୨୮),ମେନ ରୋଡର ମହାବୀର ଗୋଲେଚା(୩୫),ଏମଭି-୩୦ର ଶୁମଭମ ବିଶ୍ବାସ(୨୪),ଏମଭ-୩ର ଅଶୋକ କୁମାର(୨୯),ଏମଭି-୪୩ ଗ୍ରାମର ଶିବାନନ୍ଦ ମଣ୍ଡଳ(୩୦) ଏବଂ ଡେମ ସାଇଡର ମନୋଜ କୁମାର କୁଲଦୀପ(୩୦)।ଏମାନଙ୍କ ନାମରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୋକସୋ କେଶ ମଧ୍ୟ ଲଗାଯାଇଥିବା ପୁଲିସ କହିଛି।ଏମାନଙ୍କ ଠାରୁ ପୁଲିସ ୩ଟି ମଟର ସାଇକେଲ ସମେତ ୩୫୪୦ ଟଙ୍କା ନଗଦ ଉଦ୍ଧାର କରିଛି।
/sambad/media/post_attachments/wp-content/uploads/2020/12/Mkg-dehajibi-saha-grahak-giragf-2-1024x576.jpg)
ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ପୁଲିସ କହିଛି। ତେବେ ଦୀର୍ଘ ଦିନ ଧରି ମାଲକାନଗିରି ଅଂଚଳରେ ଦେହ ବ୍ୟବସାୟ ଜୋରସୋରରେ ଚାଲିଥିବା ନେଇ ପୁଲିସ ନିକଟରେ ଖବର ରହିଥିଲା।ମୌକା ଦେଖି ଆଜି ଚଢାଉ କରି ଦେହଜୀବୀ ସମେତ ଗ୍ରାହକମାନଙ୍କୁ ଗିରଫ କରିଛି। କିଛି ଗ୍ରାହକ ଏହି ଝିଅମାନଙ୍କର ଫଟୋକୁ ହ୍ଵାଟ୍ସଆପ ମାଧ୍ୟମରେ ଗ୍ରାହକମାନଙ୍କ ନିକଟକୁ ପଠାଇ ଏଠାରେ ଦେହ ବେପାର କାମ ଚଳାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/Mkg-dehajibi-saha-grahak-giragf-3.jpg)