ବାରିପଦା: ବାରିପଦା ସହରରେ ଟାଉନ ଥାନା ପୁଲିସ ଶନିବାର ସେକ୍ସ ର୍ୟାକେଟ ଠାବ କରିଛି। ପୁଲିସ ବାରିପଦାର କେତେଟି ଲଜ ଉପରେ ଅତର୍କିତ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ପୁଲିସ ଦେହବ୍ୟବସାୟ କରୁଥିବା ଅଭିଯୋଗରେ ୩୦ଜଣ ଯୁବକ-ଯୁବତୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
/sambad/media/post_attachments/wp-content/uploads/2019/12/Sex-Racket.jpg)
ସୂଚନାଯୋଗ୍ୟ, ଟାଉନ୍ ଥାନା ପୁଲିସ ବାରିପଦାସ୍ଥିତ କ୍ରିଷ୍ଣା ଓ ଗଣେଶ ଲଜରେ ଦେହ ବ୍ୟବସାୟ ଚାଲୁଥିବା ବିଶେଷ ସୂତ୍ରରୁ ସୂଚନା ପାଇଥିଲା। ଏହାପରେ ଯୋଜନା ମୁତାବକ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଗଠନ ଏହି ଦୁଇଟି ଲଜ ଉପରେ ଅତର୍କିତ ଚଢ଼ାଉ କରିଥିଲା।
ଚଢ଼ାଉ ସମୟରେ ପୁଲିସ ୧୫-୧୫ ଜଣ ଯୁବକ-ଯୁବତୀଙ୍କୁ କ୍ରିଷ୍ଣା ଓ ଗଣେଶ ଲଜରୁ ଉଦ୍ଧାର କରିଥିଲା। ଘଟଣାସ୍ଥଳରୁ ଫୋନ୍, ନଗଦ ଟଙ୍କା ଓ ବହୁ ଆପତ୍ତିଜନକ ସାମଗ୍ରୀକୁ ପୁଲିସ ଜବତ କରିଛି। ଏ ନେଇ ଟାଉନ୍ ଥାନା ପୁଲିସ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତଙ୍କୁ ଅଟକ କରି ପଚାରାଉଚରା ଜାରି ରଖିଛି।