ସମ୍ବଲପୁର: ସେକ୍ସ ରାକେଟ ଠାବ, ୪ଯୁବକ ଅଟକ ଓ ୩ ଯୁବତୀ ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ଅଇଁଠାପାଲ୍ଲୀ ଥାନା ଶକ୍ତିନଗରରୁ ଶୁକ୍ରବାର ପୁଲିସ ଏକ ସେକ୍ସ ରାକେଟ ଠାବ କରିଛି। ଏହି ସେକ୍ସ ରାକେଟରେ ଘର ମାଲିକଙ୍କ ସମେତ ୪ଜଣ ଯୁବକଙ୍କୁ ପୁଲିସ ଅଟକ ରଖିବା ସହିତ ଓ ୩ଜଣ ଯୁବତୀଙ୍କୁ ଉଦ୍ଧାର କରିଛି।

ସୂଚନାଯୋଗ୍ୟ, ସମ୍ବଲପୁର ଅଇଁଠାପାଲ୍ଲୀ ଥାନା ଶକ୍ତିନଗର ଏକ ଭଡ଼ା ଘରେ ଅନେକ ଦିନ ହେବ ଦେହବ୍ୟବସାୟ ଚାଲିଥିବା ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇଥିଲା। ତେଣୁ ପୁଲିସ ଏହି ଭଡ଼ା ଘର ଉପରେ ନଜର ରଖି ଆଜି ଅପରାହ୍ନରେ ଆକସ୍ମିକ ଚଢ଼ାଉ ଆରମ୍ଭ କରିଥିଲା। ଏହି ଚଢ଼ାଉ ସମୟରେ ଭଡ଼ା ଘରୁ ପୁଲିସ ୪ଜଣ ଯୁବକ ଓ ୩ଜଣ ଯୁବତୀଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରିଥିଲା। ୪ଜଣ ଯୁବକଙ୍କୁ ଅଟକ ରଖି ପଚାରଉଚାର ଜାରି ରଖିଛି ପୁଲିସ। ପୁଲିସ ଘଟଣାସ୍ଥଳରୁ ଅନେକ ଆପତ୍ତିଜନକ ସାମଗ୍ରୀ, ୩ଟି ବାଇକ୍‌, ମୋବାଇଲ ଓ କିଛି ନଗଦ ଟଙ୍କା  ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି। କରିଛି ।

ସମ୍ବନ୍ଧିତ ଖବର