ମୁମ୍ବାଇ: ଦୀପାବଳି ଅବସରରେ ଅନେକ ସେଲିବ୍ରିଟି ଘରେ ପାର୍ଟିର ଆୟୋଜନ କରିଥିଲେ। ଏହି କ୍ରମରେ ମେଗାଷ୍ଟାର ଅମିତାଭ ବଚ୍ଚନ ବି ନିଜ ଘରେ ଦୀପାବଳି ପାଇଁ ପାର୍ଟିର ଆୟୋଜନ କରି ବିଭିନ୍ନ ସେଲିବ୍ରିଟିଙ୍କୁ ଘରକୁ ନିମନ୍ତ୍ରଣ କରିଥିଲେ। ଅମିତାଭଙ୍କ ଘରକୁ ଦୀପାବଳି ଦିନ ଶାହାରୁଖ ଖାନ୍, ଅକ୍ଷୟ କୁମାର, କଟ୍ରିନା କୈଫ୍ ଓ କାଜୋଲ ଆଦି ଜଣାଶୁଣା ବଲିଡଡ୍ କଳାକାର ଆସିଥିଲେ।
ଅମିତାଭଙ୍କ ଘରେ ଏହି ଅବସରରେ କଳାକାର ଏକାଠି ହୋଇ ଧୁମ୍ଧୁମ୍ରେ ଦୀପାବଳି ପାଳୁଥିବା ବେଳେ ହଠାତ ଏକ ଦୁର୍ଘଟଣା ଘଟିଥିଲା। ସୌଭାଗ୍ୟବଶତଃ ଏଥିରେ କାହାରି ବିଶେଷ କିଛି କ୍ଷତି ହୋଇ ନାହିଁ। ଦୀପାବଳି ଅବସରରେ ଅସାବଧାନତା ହେତୁ ଐଶ୍ୱର୍ଯ୍ୟା ରାୟଙ୍କ ମ୍ୟାନେଜର ଥିବା ଅର୍ଚ୍ଚନା ସଦାନନ୍ଦଙ୍କ ଲେହେଙ୍ଗାରେ ନିଆଁ ଲାଗି ଯାଇଥିଲା। ଅର୍ଚ୍ଚନାଙ୍କ ଲେହେଙ୍ଗାରେ ଲାଗିଥିବା ନିଆଁକୁ ଶାହାରୁଖ ଦେଖି ନେଇଥିଲେ ଏବଂ ଦଉଡି ଆସି ନିଜ ଜ୍ୟାକେଟ୍ରେ ଲାଗିଥିବା ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ। ଏଥିରେ ଅର୍ଚ୍ଚନାଙ୍କ ହାତ ଓ ଗୋଡ ପୋଡି ଯାଇଥିବା ବେଳେ ଶାହାରୁଖଙ୍କ ବି ଶରୀରର କିଛି ଅଂଶ ଆଂଶିକ ପୋଡି ଯାଇଥିବା ଜଣାପଡ଼ିଛି।