ରାଉରକେଲା: ଆଜି କୋଏଲ ନଗର ଅଂଚଳରେ ରାଉରକେଲା ମହାନଗର ନିଗମ ପକ୍ଷରୁ 'ଶନିବାର ସ୍ୱଛାଗ୍ରହ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳୁ ସକାଳୁ ରାଉରକେଲା ମହାନଗର ନିଗମର ଉପାୟୁକ୍ତ ସୁଧାଂଶୁ କୁମାର ଭୋଇଙ୍କ ନେତୃତ୍ୱରେ ନିଗମର ବହୁ ଅଧିକାରୀ ତଥା କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପ୍ରଥମେ କୋଏଲ ନଗର ଡି ବ୍ଲକ ରେ ଥିବା ଗ୍ରୀନ ପାର୍କକୁ ସମ୍ପୂର୍ଣ୍ଣ ଭାବେ ସଫା କରିଥିଲେ। ସ୍ଥାନୀୟ ସ୍ବଛ ସାଥି ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟମାନେ ମଧ୍ୟ ଏଥିରେ ସହଯୋଗ କରିଥିଲେ।
ପାର୍କରେ ସଫେଇ କାର୍ଯ୍ୟ ଶେଷ ହେବା ପରେ ସମସ୍ତେ କୋଏଲ ନଗର ବଜାରକୁ ଯାଇ ସେଠାରେ ଦୋକାନ ଦୋକାନ ବୁଲି ଲୋକଙ୍କୁ ଲିଫଲେଟ ବଣ୍ଟନ କରି ସ୍ଵଚ୍ଛତା ସମ୍ପର୍କରେ ବୁଝାଇବା ସହ ସଚେତନତା ଧର୍ମୀ ପୋଷ୍ଟର ବି ମାରିଥିଲେ। ଆଗାମୀ ଦିନରେ ନିଗମ ପକ୍ଷରୁ ଏଭଳି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଜଣାପଡିଛି। ନିଗମର ଏଭଳି ପ୍ରୟାସକୁ ସ୍ଥାନୀୟ ଅଧିବାସୀ ତଥା ବ୍ୟବସାୟୀ ମାନେ ସ୍ୱାଗତ କରିବା ସହ ସେମାନେ ବି ଏଥର ନିଜ ଅଂଚଳକୁ ଅଧିକ ସ୍ବଛ ରଖିବା ଲାଗି ପଦକ୍ଷେପ ନେବେ ବୋଲି କହିଛନ୍ତି।
/sambad/media/post_attachments/wp-content/uploads/2020/11/5533dbd3-7b47-4e09-9b11-3bf66fce9e89-1024x474.jpg)
ସ୍ଵଛ ସର୍ବେକ୍ଷଣ ଅନ୍ତର୍ଗତ ସ୍ଵଛ ବଜାର କାର୍ଯ୍ୟକ୍ରମ ଆଧାରରେ ମହାନଗର ନିଗମ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି। ସ୍ୱଚ୍ଛତା ଓ ସ୍ଵଛ ସର୍ବେକ୍ଷଣ - ୨୦୨୧ ସମ୍ପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟି ଓ ବଜାର ଅଂଚଳରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏବେ ପ୍ରତି ଶନିବାର ଦିନ କାର୍ଯ୍ୟାଳୟ ବନ୍ଦ ରହୁଥିବାରୁ ସେହିଦିନ ନିଗମର ଅଧିକାରୀ ତଥା କର୍ମଚାରୀମାନେ ନିଜେ ସକାଳୁ ସକାଳୁ ଶ୍ରମଦାନ କରି ବଜାର ଅଂଚଳରେ ସଫେଇ କରିବା ସାଙ୍ଗକୁ ସ୍ୱଚ୍ଛତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବେ ବୋଲି ଜଣାପଡିଛି।
ବିଶେଷ କରି ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବର୍ଜନ, ଓଦା ଓ ଶୁଖିଲା ଆବର୍ଜନାକୁ ଅଲଗା ଅଲଗା କରି ଦୁଇଟି ଡ଼ଷ୍ଟବିନରେ ରଖିବା, ନିଜ ଅଂଚଳକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ଅଳିଆ ଆବର୍ଜନା ଇତ୍ୟାଦି ବାହାରେ ନ ପକାଇ ସଫେଇ କର୍ମଚାରୀ ଙ୍କୁ ହିଁ ପ୍ରଦାନ କରିବା, ସ୍ଵଛ ସର୍ବେକ୍ଷଣ - ୨୦୨୧ ରେ ଅଂଶଗ୍ରହଣ କରି ନିଜ ସ୍ମାର୍ଟ ଫୋନରେ ସ୍ୱଚ୍ଛତା ଆପ ଡାଉନଲୋଡ କରି ସ୍ୱଚ୍ଛତା ସମ୍ପର୍କିତ ସମସ୍ୟାର ସମାଧାନ ନିମନ୍ତେ ଜଣାଇବା ଇତ୍ୟାଦି ସମ୍ପର୍କରେ ଜନ ସାଧାରଣଙ୍କୁ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/f254b2d1-c164-45d4-9217-683106bc2696.jpg)