ଜୟପୁର: ବହୁ ପ୍ରତିକ୍ଷୀତ ଖଜୁରବନ୍ଧର ପୁନଃରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ ପୌରପାଳିକା ପକ୍ଷରୁ କରାଯାଇ ବିଜୁ ପଟ୍ଟନାୟକ ଶାନ୍ତି ଉଦ୍ୟାନ ନାଁରେ ନାମିତ କରାଯାଇଛି। ଏହାକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ମୁଖ୍ୟଅତିଥି ଭାବେ ଯୋଗ ଦେଇ ଲୋକାର୍ପଣ କରିଛନ୍ତି। ଏହା ପରିସରରେ କରାଯାଇଥିବା ସୌନ୍ଦର୍ଯ୍ୟକରଣ, କାପେ ଆଦି ବୁଲି ଦେଖିଥିଲେ ବିଧାୟକ।

Advertisment

ସେଭଳି ୨୫ନଂ ୱାର୍ଡ ଜାମବାଡ଼ ସାହିରେ ଶୌଚାଳୟକୁ ଲୋକାର୍ପଣ କରିଥିଲେ ବିଧାୟକ। ତା ସହ ଗଙ୍ଗାମା’ମନ୍ଦିର ନିକଟରେ ଖୋଲାସ୍ଥାନର ଉନ୍ନୟନର ଭୂମି ପୂଜା ବି କରିଥିଲେ ବିଧାୟକ। ତାଙ୍କ ସହ ଏସବୁ କାର୍ଯ୍ୟକ୍ରମରେ ପୌରଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଉପାଧ୍ୟକ୍ଷା ବି.ସୁନିତା, କାଉନସିଲର ସୁଷମା ମହାପାତ୍ର, ଶାନ୍ତି ନାୟକ, ଶଶିରେଖା ପରଜା, ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର, କନିଷ୍ଠ ଯନ୍ତ୍ରୀ ଚୈତନ ଭାସ୍କେ, ଅଜୟ ଜାନୀ, ପ୍ରତାପ ଆଚାର୍ଯ୍ୟ ପ୍ରମୁଖଙ୍କ ସହ ଗନ୍ୟମାନ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ।