ସମ୍ବଲପୁର: ଓଡ଼ିଶା ପ୍ରସିଦ୍ଧ ସମ୍ବଲପୁର ଶୀତଳ ଷଷ୍ଠୀ ପାଇଁ ଅକ୍ଷୟ ତୃତୀୟା ଅବସରରେ ମଙ୍ଗଳବାର ଥାଳ ଉଠିଛି। ନନ୍ଦପଡ଼ାର ବାଲୁଙ୍କେଶ୍ୱର ବାବା, ଝାଡୁଆପଡ଼ାର ଲୋକନାଥ ବାବା, ମୋଦୀପଡ଼ାର ଜାଗେଶ୍ୱର ବାବା, ବାଲିବନ୍ଧାର ସୋମନାଥ ବାବା ଓ ବଡ଼ବଜାରର ଶୀତଳେଶ୍ୱର ବାବାଙ୍କର ଥାଳ ଉଠିଛି। ଏହି କାର୍ଯ୍ୟକ୍ରମରେ ୫ଟି ମନ୍ଦିରର ଟ୍ରଷ୍ଟି, ପଡା ମୁଖିଆ, ମନ୍ଦିର କମିଟିର ସଭ୍ୟ ଓ ଶୀତଲ ଷଷ୍ଠୀରେ କନ୍ୟାଙ୍କ ପିତା-ମାତା ଏବଂ ବର ପିତାମାନେ ଉପସ୍ଥିତ ଥିଲେ।
/sambad/media/post_attachments/wp-content/uploads/2019/05/sbp2-300x200.jpg)
ସୂଚନାଯୋଗ୍ୟ ଚଳିତ ବର୍ଷ ଜୁନ ୭ରେ ଶିବ ବିବାହ ହେବ। ଶିବ ବିବାହର ପରଦିନ ଅର୍ଥାତ ଜୁନ ୮ରେ ଶିତଳ ଷଷ୍ଠୀ ଅବସରରେ ଭଗବାନ ଶିବଙ୍କର ଶୋଭାଯାତ୍ରା ଅନୁଷ୍ଠିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/sbp1.jpg)