ଢେଙ୍କାନାଳ: ସେଲଟର ହୋମ୍‌ରେ ଥିବା ଛାତ୍ରୀମାନଙ୍କ ପିତା କହି ଅସଦାଚରଣ କରୁଥିଲେ ଗୁଡ ନ୍ୟୁଜ ଇଣ୍ଡିଆ ସଂସ୍ଥାର ମୁଖ୍ୟ

ଢେଙ୍କାନାଳ: ସେଲଟର ହୋମ ନାମରେ ଶାରୀରିକ ଶୋଷଣ ଘଟଣାର ୫ ଜଣିଆ ଟିମ ତଦନ୍ତ କରୁଛନ୍ତି । ଶିଶୁ ସୁରକ୍ଷା ଅଧିକାରୀ ଓ ଶିଶୁ ମଙ୍ଗଳ କମିଟି ସଦସ୍ୟ ଏହି ଟିମରେ ଅଛନ୍ତି । ଢେଙ୍କାନାଳ ବେଲଟିକିିରିି ଠାରେ ଥିବା ଗୁଡ ନ୍ୟୁଜ ଇଣ୍ଡିଆ ନାମକ ସ୍ୱଚ୍ଛାସେବୀ ଅନୁଷ୍ଠାନ ଭିତରେ ନିର୍ଯତେନା ଦିଆଯାଉଥିବାର ଅଭିଯୋଗ ହୋଇଛି । ଘଟଣା ପଦାକୁ ଆସିବା ପରେ ଏହି ଅଭିଯୋଗ କରିଥିବା ଦୁଇ ପିଲାଙ୍କୁ ଜୋରଜବରଦସ୍ତ ତାଙ୍କ ଘରକୁ ପଠାଇ ଦିଆଯାଇଥବାର ସୂଚନା ମିଳିଛି । ଗୁଡ ନ୍ୟୁଜ ଇଣ୍ଡିଆ ସଂସ୍ଥାର ମୁଖ୍ୟ ଫୟାଜ ରେହେମାନ ଝିଅଙ୍କ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବା ସହ ତାଙ୍କୁ ଚୁମ୍ବନ ଦେଉଥିବାର ଅଭିଯୋଗ ହୋଇଥିଲା ।

ଫୟାଜ ରେହେମାନ ସେଲଟର ହୋମର ପୁଅଙ୍କୁ ଏଭଳି ସ୍ନେହ କରିବାକୁ ଚାହୁଁ ନଥିବା ବେଳେ କେବଳ ଝିଅଙ୍କୁ ସ୍ନେହ କରିବା ବାହାନାରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ସେପଟେ ଫୁଲନଖରା ସ୍ଥିତ ସେଲଟର ହୋମ ଆଗରେ ପୋଡାଜଳା ହୋଇଛି ।  ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଗୁଡନ୍ୟୁଜ ଇଣ୍ଡିଆର ଏହି ସଂସ୍ଥାର ନିର୍ଦ୍ଦେଶକମାନଙ୍କୁ ଏହାର କର୍ତୃପକ୍ଷ ଏକ ଇ-ମେଲ ଦେଇଥିଲେ ।

ଏହି ଇ-ମେଲରେ ଉଲ୍ଲେଖ କରାଯାଇଛି କି, ପ୍ୟାଷ୍ଟର ଅର୍ଥାତ ଅଧ୍ୟକ୍ଷ ଫୟାଜ ରେହେମାନ ଛାତ୍ରୀଙ୍କୁ କୁଣ୍ଢାଇବା ଓ ଚୁମ୍ବନ ଦେବା ଭଳି କଥା ଯାଞ୍ଚକାରୀ ପଚାରନ୍ତି ତେବେ ଛାତ୍ରଛାତ୍ରୀମାନେ ସ୍ପଷ୍ଟ ଭାବରେ ଏହାକୁ ମନାକରିଦେବେ ବୋଲି କୁହାଯାଇଛି। ଗୁଡନ୍ୟୁଜ ଇଣ୍ଡିଆର ରାଜ୍ୟରେ ରହିଥିବା ବିଭିନ୍ନ ସେଲଟର ହୋମରେ ଏହି ସମାନ ଅଭିଯୋଗ ଆସିଥିବା ଏହି ମେଲରୁ ଅନୁମାନ କରାଯାଉଛି ।

ବାଲେଶ୍ୱର ଏବଂ କନ୍ଧମାଳ ସ୍ଥିତ ଏହି ସଂସ୍ଥାର ସେଲଟର ହୋମରେ ମଧ୍ୟ ସମାନ ଅଭିଯୋଗ ଆସିଥିବା ଏହି ମେଲରୁ ଜଣାପଡୁଛି । ଏଥିସହ ସବୁ ରେଜିଷ୍ଟର ଓ ରେକର୍ଡକୁ ସଠିକ ଭାବେ ରଖିବା ଓ ସେଲଟର ହୋମରେ ସବୁକିଛି ଭଲ ଚାଲିଛି ବୋଲି ଛାତ୍ରଛାତ୍ରୀଙ୍କୁ କହିବାକୁ ଏହି ମେଲରେ ନିର୍ଦ୍ଦେଶକମାନଙ୍କୁ ପରାମର୍ଶ ଦିଆଯାଇଛିା

ସମ୍ବନ୍ଧିତ ଖବର