ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସମର୍ଥକଙ୍କ ବନ୍ତ ବ୍ଲକରେ ଲଙ୍କାକାଣ୍ଡ

ଭଦ୍ରକ: ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ରାମେଶ୍ୱର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ଓ ସମ୍ପାଦିକା ଚୟନରେ ବନ୍ତ ବିପିଏମ୍‌ ଅନ୍ତର ପାନ୍ତର କରିଥିବା ଅଭିଯୋଗରେ ବ୍ଲକ ପରିସରରେ ଲଙ୍କାକାଣ୍ଡ ଭିଆଇଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ ଉପରୋକ୍ତ ଗୋଷ୍ଠୀର ସଭାନେତ୍ରୀ, ସମ୍ପାଦିକା ଚୟନରେ ବିପିଏମ୍‌ଙ୍କ ଭୂମିକା ନେଇ ମହିଳାମାନେ ପୂର୍ବରୁ ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲାବେଳେ ବିଡ଼ିଓଙ୍କ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ମାତ୍ର ସୁଫଳ ନପାଇବାରୁ ଆଜି କଂଗ୍ରେସ ଓ ସିପିଆଇ ସମର୍ଥକଙ୍କ ସହଯୋଗରେ ଆଜି ବ୍ଲକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମାତ୍ର କେତେକ ସମର୍ଥକ ବ୍ଲକରେ ପଶି କର୍ମଚାରୀମାନଙ୍କୁ ମାରଧର କରିବା ସହ କମ୍ପ୍ୟୁଟର ଓ ଆସବାବପତ୍ର ଭଙ୍ଗାରୁଜା କରିବା ସହ କିଛି ସମୟ ପାଇଁ ଅରାଜକତା ସୃଷ୍ଟି କରିଥିଲେ। ମାତ୍ର ରିପୋର୍ଟ ଲେଖା ହେଲାବେଳକୁ ଥାନାରେ ରିପୋର୍ଟ ହୋଇନଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର