ଦିଗହରା ହୋଇ ଚିଲିକାରେ ଲାଗିଲା ମାଲବାହୀ ଜାହାଜ

ମାଲେସିଆରୁ ବାଂଲାଦେଶ ଲୁହାପଥର-ମାଙ୍ଗାନିଜ ଆଣିବାକୁ ଯାଉଥିଲା

ବ୍ରହ୍ମଗିରି: ଓଡ଼ିଶା ଉପକୂଳରେ ଶୁକ୍ରବାର ଏକ ଜାହାଜ ଦିଗହରା ହୋଇଛି। ସୂଚନା ଅନୁସାରେ ଏକ ମାଲବାହୀ ଜାହାଜ ଚିଲିକାରେ ଲାଗିଛି। ଜାହାଜଟି ମାଲେସିଆରୁ ଲୁହାପଥର ଓ ମାଙ୍ଗାନିଜ ଆଣିବାକୁ ବାଂଲାଦେଶ ଯାଉଥିଲା। ମାତ୍ର ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିକଟ ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇ ଚିଲିକାର ରାଜହଂସରେ ଅଟକିଛି।

ଜାହାଜରେ ମାଲେସିଆର ୭ ଜଣ ନାଗରିକ ଓ ଜଣେ ଭାରତୀୟ ନାଗରିକ ଅଛନ୍ତି ବୋଲି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଆଇଆଇସି ସୁଧୀର ରଂଜନ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର