ସୁନ୍ଦରଗଡ଼: ବାବା ସିଦ୍ଧେଶ୍ୱର ପୀଠରେ ଆଜି ହର-ପାର୍ବତୀଙ୍କ ବିବାହ

ସୁନ୍ଦରଗଡ଼: କରୋନା କଟକଣା ମଧ୍ୟରେ ସ୍ଥାନୀୟ ମହାନ୍ତିପଡ଼ାସ୍ଥିତ ବାବା ସିଦ୍ଧେଶ୍ୱରଙ୍କ ପୀଠରେ ୬୪ତମ ଶୀତଳଷଷ୍ଠୀ ପାଳିତ ହୋଇଯାଇଛି। କରୋନା ଯୋଗୁଁ ଲୋକଙ୍କ ସମାଗମକୁ ବାରଣ କରାଯାଇଛି। ୧୫ ତାରିଖ ସକାଳ ପତରପେଣ୍ଡି କାର୍ଯ୍ୟକ୍ରମ ଶେଷ ହୋଇଥିବା ବେଳେ  ମଧ୍ୟରାତ୍ରରେ ଦେବ ବିବାହ ଅନୁଷ୍ଠିତ ହେବ । ୧୬ ତାରିଖ ସନ୍ଧ୍ୟା ୬ଟାରୁ ୯ଟା ମଧ୍ୟରେ ଯୁଗଳ ଦର୍ଶନ ଓ ୧୭ ତାରିଖ  ଦିନ ୧୧ଟାରେ  ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ ଉତ୍ସବ ଅନୁଷ୍ଠିତ ହେବ ବୋଲି ପରିଚାଳନା କମିଟି ପ୍ରକାଶ କରିଛି। ଚଳିତବର୍ଷ କନ୍ୟାପିତାମାତା ଭାବେ ହରୀଶ କୁମାର ବିଶି ଓ ସୌଭାଗିନୀ ବିଶି, ବରପିତା ରୂପେ ଚନ୍ଦ୍ରମଣି ମିଶ୍ର ମନୋନୀତ ହୋଇ ଦେବଦମ୍ପତିଙ୍କ ବିବାହ ଦାୟିତ୍ବ ନିର୍ବାହ କରୁଛନ୍ତି।

ସମ୍ବନ୍ଧିତ ଖବର