ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳରେ ଭଗବାନ ଶିବଙ୍କୁ ଦର୍ଶନ ସାରି ଫେରିବା ପାଇଁ ଆସୁଥିବା ବେଳେ ହୃଦଘାତରେ ମୃତ୍ୟୁ ଘଟିଛି। ତେନ୍ତୁଳିଖୁଣ୍ଟି ବ୍ଲକର ଦିଗସଲପା ଗାଁର କେଳାଶ ଚନ୍ଦ୍ର ପ୍ରଧାନ(୬୦) ସୋମବାର ମହାଶିବରାତ୍ରି ହୋଇଥିବାରୁ ସେ ମଙ୍ଗରଦୋରା ନିକଟରେ ଥିବା ନିଳକଣ୍ଠେଶ୍ୱର ମନ୍ଦିରରେ ଭଗବାନ ଶିବଙ୍କୁ ଦର୍ଶନ କରିବା ପାଇଁ ଯାଇଥିଲେ। ଦର୍ଶନ ସାରି ମନ୍ଦିରରୁ ପାହାଡ ଉଠି ରାସ୍ତା ନିକଟକୁ ଆସିବା ସମୟରେ ସେ ଥକି ପଡି ଆଶ୍ରୟ ନେଇଥିଲେ। ସେହି ସମୟରେ ତାଙ୍କୁ ହୃଦଘାତ ଆସିବାରୁ ତାଙ୍କ ମୃତ୍ୟୁ ଘଟିଛି। ଖବର ପାଇ ପରିବାର ଲୋକେ ଉକ୍ତ ସ୍ଥାନରେ ପହଞ୍ଚି କୈଳାଶଙ୍କୁ ନିଜ ଘରକୁ ନେଇଥିଲେ। ଏହି ମନ୍ଦିର ଗୋଟିଏ ଛୋଟ ପାହାଡ ମଧ୍ୟରେ ରହିଛି। ମନ୍ଦିରକୁ ଯିବା ପାଇଁ ପାହାଚ ହୋଇପାରି ନାହିଁ। ଅଣଓସାରିଆ ରାସ୍ତା ଦେଇ ମନ୍ଦିରକୁ ଓଲ୍ଲାଇ ଯିବାକୁ ପଡିଥାଏ। ଯାହା ଫଳରେ ବୟଷ୍କ ବ୍ୟକ୍ତିଙ୍କ ପାଇଁ ପାହାଡରୁ ଓଲ୍ଲାଇ ତଳକୁ ଯିବା ଓ ଆସିବାରେ ସମସ୍ୟା ସୃଷ୍ଟି ହୋଇଥାଏ।
ନବରଙ୍ଗପୁର: ଭଗବାନ ଶିବଙ୍କୁ ଦର୍ଶନ କରିବା ପରେ ଭକ୍ତଙ୍କ ହୃଦଘାତରେ ମୃତ୍ୟୁ
/sambad/media/post_attachments/wp-content/uploads/2019/02/dead-a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)