ଜୟପୁର: ଜାଗର ପାଇଁ ଚଳଚଂଚଳ ଜୟପୁର ସହର ଏବଂ ଆଖପାଖ ଗାଁର ସମସ୍ତ ଶୈବ ପୀଠ। ପାହାନ୍ତିଆରୁ ହିଁ ଶ୍ରଦ୍ଧାଳୁ ଭକ୍ତଙ୍କ ଗହଳି ଜମିଥିଲା ବିଭିନ୍ନ ପୀଠରେ। ଦେବ ଦେବ ମହାଦେବଙ୍କ ଦର୍ଶନ ସମେତ ମାଁ ପାର୍ବତୀ, ଗଣେଶ, କାର୍ତ୍ତିକଶ୍ବେର, ଜଗନ୍ନାଥ, ମାଭଗବତୀ, ହନୁମାନ ଆଦିଙ୍କର ବି ଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା। ଭୋରରୁ ଠାକୁରଙ୍କ ମଙ୍ଗଳ ଆଳତି ଓ ଅବକାଶ ହେବା ପରେ ଚାଲିଛି ସାହାଣମେଲା ଦର୍ଶନ ପାଇଁ ଭକ୍ତଙ୍କୁ ମନ୍ଦିରକୁ ଛଡାଯାଇଥିଲା। ଦିନ ବଢ଼ିବା ସହ ଧୀରେଧୀରେ ଗହଳି ବି ବଢିବାରେ ଲାଗିଥିଲା। ଶ୍ରଦ୍ଧାଳୁ ଭକ୍ତମାନେ ବ୍ୟାରିକେଡରେ ଯାଇ ମହାଦେବଙ୍କ ଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା। ସେପଟେ ମନ୍ଦିର ପରିସରରେ ଭୋରରୁ ଆରମ୍ଭ ହୋଇଛି ଭଜନ ସମାରୋହ ଓ ନାମସଂକୀର୍ତ୍ତନ।
ତେବେ ସନ୍ଧ୍ୟାରେ ବିଭିନ୍ନ ମନ୍ଦିରରେ ଭିଡ଼ ବୃଦ୍ଧି ପାଇଥିଲା। ସେପଟେ ଶିବ ପଂଚାକ୍ଷରରେ କମ୍ପୁଛି ସବୁ ଶୈବପୀଠ। ଗାଗନାପୁରର ବାଲୁଙ୍କେଶ୍ବର, କନକପରମେଶ୍ବରୀ, ନୀଳକଣ୍ଠେଶ୍ବର, ବାରିଣୀପୁଟର ସିଦ୍ଧେଶ୍ବର, ଝାଙ୍କରଦେଇ ମନ୍ଦିର, ପୁରୁଣାଗଡର ନୀଳକଣ୍ଠେଶ୍ବର, ରାଜୁସାହିର ପଂଚାନନ ମନ୍ଦିର, ବୈଦନାଥ, ଦୈନିକ ବଜାର, ବଦଳିମାଳିଗୁଡାର ସିଦ୍ଧେଶ୍ବର ମନ୍ଦିର, ପାରାବେଡ଼ା, ଇରିଗେସନ୍ କଲୋନୀ, ଜୟନଗର, କୁମୁଲିପୁଟ, ଆମ୍ବାଗୁଡା, ଜାମୁଣ୍ଡା, ଚାରଗାଁ, ଜୟନ୍ତଗିରିରେ ଥିବା ଶୌବ ପୀଠରେ ପ୍ରଭୁଙ୍କ ଦର୍ଶନ ପାଇଁ ଲମ୍ବା ଧାଡି ଲାଗିଛି। ପ୍ରାୟ ସବୁ ମନ୍ଦିରରେ ଭକ୍ତଙ୍କ ଦର୍ଶନ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ଜୟନ୍ତଗିରୀ ରାମେଶ୍ବର ପୀଠରେ ଅଷ୍ଠପ୍ରହର ନାମଯଜ୍ଞ ବି ଆୟୋଜନ କରାଯାଇଛି। ଏହା ସାଙ୍ଗକୁ ୨ହଜାରରୁ ଊର୍ଦ୍ଧ୍ବ ଭକ୍ତଙ୍କ ପ୍ରସାଦ ସେବନ, ସହ ପଣା ବିତରଣ କରାଯାଇଥିଲା। ସକାଳୁ ସକାଳୁ ମହାଦେବଙ୍କ ନୀତିକାନ୍ତି ଚାଲିଛି । ପ୍ରାୟ ସମସ୍ତ ମନ୍ଦିରରେ ରାତି ୧୦ଟା ପରେ ମନ୍ଦିର ଉପରକୁ ଉଠିବ ଜାଗର ମହାଦୀପ । ମହାଦେବଙ୍କ ନିକଟରେ ଭକ୍ତିର ଦୀପ ପ୍ରଜ୍ୱଳନ କରିବେ ଶ୍ରଦ୍ଧାଳୁ।
/sambad/media/post_attachments/wp-content/uploads/2024/03/jpr-jagar-baba-balunkeswar-1-1.jpg)
ରାଜରାଜୁଡା ଅମଳର ପୁରୁଣା ମନ୍ଦିର ପୁରୁଣାଗଡ଼ର ନିଳକଣ୍ଠେଶ୍ୱର ମନ୍ଦିର ଓରାଜୁସାହି ପଂଚାନନ ମନ୍ଦିରରେ ରେ ଭକ୍ତଙ୍କ ଭିଡ଼ ବେଶ ଜମିଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ପୀଠରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ଭାବେ ଟାଉନ ଓ ସଦରଥାନା ପକ୍ଷରୁ ପୁଲିସ ମୁତୟନ କରାଯାଇଛି। ଏହାସହ କୌଣସି ପ୍ରକାର ଅଘଟଣ ଏଡ଼ାଇବା ପାଇଁ କଡ଼ା ନଜର ରଖାଯାଇଛି । ସେଭଳି ସହରର କିଛି ଶୈବପୀଠରେ ଆଜି ଭଜନସଂଧ୍ୟା ଓନାମସଂକୀର୍ତ୍ତନର ବି ଆୟୋଜନ କରାଯାଇଛି। ସେଭଳି ସିରଡିସାଇବାବା ମନ୍ଦିର ପରିସରରେ ଆଜି କୁଙ୍କମ୍ ଅର୍ଚନା ପୂଜା ବି କରାଯାଇ ଜାଗର ପାଳନ କରାଯାଇଛି। ଶ୍ରଦ୍ଧାଳୁ ଭକ୍ତ ମାନେ ଗୁପ୍ତେଶ୍ବର ଯାଇ ପେରିବା ବାଟରେ ଜୟପୁରରେ ବୁଲା ବୁଲି କରିଥିବାରୁ ଆଜି ଦିନ ତମାମ ସହରରେ ଗହିଳ ଚହଳି ଦେଖାଦେଇଥିଲା। ଜୟପୁରରୁ ଆଜି ୫ଟି ସରକାରୀ ବସ ଓ୧୦ଟି ଘରୋଇ ବସ ଗୁପ୍ତେଶ୍ବର ଶ୍ରଦ୍ଦାଳୁ ଭକ୍ତ ମାନେ ଯିବା ଆସିବା ପାଇଁ ପକା ଯାଇଥିଲା। ଆଜି ସହରର ସବୁ ଟ୍ୟାକ୍ସି, କାର ଆଦି ଭଡ଼ାରେ ଶ୍ରଦ୍ଧାଳୁ ମାନେ ନେଇ ଯାଇଥିଲେ। ସେଭଳି ସହରର ସବୁ ଫଳ , ମିଠା ଓ ପୂଜା ସାମଗ୍ରୀ ଦୋକାନ ନିକଟରେ ଭୀଡ଼ ଦେଖିବାକୁ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/jpr-jagar-baba-balunkeswar-1-3.jpg)