‘ସମ୍ବାଦ’ ପ୍ରଭାବ: ବ୍ଲକ ପ୍ରଶାସନର ପ୍ରତିଶ୍ରୁତି, ଶୁକ୍ରୁକୁ ମିଳିବ ଘର 

ଜୟପୁର: ଦୁଦୁର୍ନରେ କାଳ କାଟୁଥିବା ଆଦିବାସୀ ଶୁକ୍ରୁ ପରଜାଙ୍କୁ ମିଳିବ ଘର। ତାଙ୍କ ଦୁଇ ସନ୍ତାନଙ୍କ ସହ ଏହି ଘରେ ରହିବେ। ଏନେଇ ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜୟପୁର ବିଡିଓ ସୂରଜ କୁମାର ପଟ୍ଟନାୟକ, ଏବିଡିଓ ମନୋଜ ନାୟକ ଓ ପିଇଓ ଯାଇଁ ତାଙ୍କୁ ଭେଟିଛନ୍ତି। ଏହା ସହ ସରକାରୀ ଯୋଜନା ଅନୁସାରେ ଘର ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଡଙ୍ଗରଛିଞ୍ଜି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁର୍ଗାଭଟା ଗାଁର ଜଣେ କୁଲିଭୁତିକୁ ଭରଷା କରି ଗୁଞ୍ଜୁରାଣ ଚଳାଉଥିବା ଏହି ଗରିବ ଆଦିବାସୀଙ୍କର ଘର ବର୍ଷାରେ ଭାଙ୍ଗିଯାଇଥିଲା। ଏକ ତିନିପୁଟିଆ ଭଙ୍ଗା କଟୁଥିଲା ୫ ଫୁଟିଆ ଆଦିବାସୀ ଶୁକ୍ରୁ ପରଜାଙ୍କର କାରୁଣ୍ୟ ପରିବାର। ଏନେଇ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ସହଯୋଗର ହାତ ବଢାଯାଇଛି।

କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଡଙ୍ଗରଛିଞ୍ଜି ଗ୍ରାମ ପଞ୍ଚା ଅନ୍ତର୍ଗତ ଦୁର୍ଗାଭଟା ଗାଁର ଜଣେ କୁଲିଭୁତିକୁ ଭରଷା କରି ଗୁଞ୍ଜୁରାଣ ଚଳାଉଥିବା ଗରିବ ଆଦିବାସୀ  ଶୁକ୍ରୁ ପରଜାଙ୍କର ଏକ ତିନିପୁଟିଆ ଭଙ୍ଗା ଘରେ କଟୁଛି।  ଘର ନ ଥିବାରୁ ଦୁଇ ପିଲା ପର ଦୁଆରରେ ମୁଣ୍ଡ ଗୁଞ୍ଚୁଥିବାବେଳେ ଭିଟା ମାଟିକୁ ଛାଡିବାକୁ ପ୍ରସ୍ତୁତ ନୁହେଁ ଅଭାବୀ ମଣିଷ। ଦିନେ ଦୁଇଦିନ ନୁହେଁ ଦୀର୍ଘ ୧୦ ମାସ ହେଲା ତିନିପଟେ ଭାଙ୍ଗା କାନ୍ଥ ଓ ଗୋଟିଏ ପଟେ ଘୋଡେଇ ହେବାକୁ ଥିବା କମ୍ବଳ ସାଜିଛି ରକ୍ଷା କବଜ। ପରିସ୍ଥିତି ଏପରି ହୋଇଛି ଯେ ଦିନରେ ସୂର୍ଯ୍ୟ, ରାତିରେ ତାରା ଓ ଜହ୍ନ ସମୟ ଦେଖି ଆସୁଛନ୍ତି ଆଉ ଯାଉଛନ୍ତି କିନ୍ତୁ ଏହି ଅଭାବୀ ମଣିଷର ଜୀବନରେ କିଛି ପରିବର୍ତ୍ତନ ହେଉନି। ଏକ ତିନିଫୁଟିଆ ଘରେ ମୁଣ୍ଡ ଗୁଞ୍ଜି ରହୁଛନ୍ତି ଏହି ଆଦିବାସୀ।

ସମ୍ବନ୍ଧିତ ଖବର