ସାମାଜିକ ଦୂରତା ନିୟମକୁ ଫୁ କରିବା ମହଙ୍ଗା ପଡ଼ିଲା: ଭଦ୍ରକରେ ସିଲ୍‌ ହେଲା ଅନେକ ଦୋକାନ ଓ ମଲ

ଭଦ୍ରକ: ଭଦ୍ରକ ସହରରେ କେତେକ ଦୋକାନ ଓ ମଲ୍‌ ସରକାରୀ ନିୟମକୁ ଉଲଂଘନ କରି ରଜ ବ୍ୟବସାୟ କରୁଥିବା ବେଳେ ୫ଟି ଏନଫୋର୍ସମେଣ୍ଟ ଟିମ୍‌ ଓ ପୁଲିସ ମିଳିତ ଭାବେ ଚଢ଼ାଉ କରିଛି। ଏହି ଚଢ଼ାଉ ସମୟରେ ଦୋକାନ ଓ ମଲ୍‌ ଭିତରୁ ଗ୍ରାହକଙ୍କୁ ବାହାର କରି ଦୋକାନଗୁଡିକୁ ପ୍ରଶାସନ ସିଲ୍‌ କରି ଦେଇଛି।

ମେଡିକାଲ ଛକରେ ଥିବା ଏମ ବଜାର, ବାଇପାସରେ ଥିବା ରିଲାଏନ୍‌ସ ସ୍ମାର୍ଟକୁ ପ୍ରଶାସନ ସିଲ୍‌ କରିବା ସହିତ କଚେରୀ ବଜାର ଓ ଅନ୍ୟ ବଜାର ଉପରେ ଚଢ଼ାଉ ଜାରି ରହିଛି। ସରକାରୀ ନିୟମକୁ ଉଲଂଘନ କରିଥିବା ଆହୁରି ଅଧିକ ଦୋକାନକୁ ସିଲ୍‌ କରାଯିବା ନେଇ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏଥିସହିତ ଜିଲ୍ଲାର ବିଭିନ୍ନ ବ୍ଲକରେ ମଧ୍ୟ ଏହି ଚଢାଉ ଜାରି ରହିଛି। ଉପଜିଲ୍ଲାପାଳ ପୀତାମ୍ବର ସାମଲ , ଭଦ୍ରକ ତହସିଲଦାର ବିକାଶ ଜ୍ୟୋତି ଦାସ ଓ ଏସଡିପିଓ ସୁନୀଲ ନନ୍ଦଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା ।

ଭଦ୍ରକରେ ସିଲ୍‌ ହୋଇଥିବା ମଲ୍‌ ଓ ଦୋକାନରେ ରଜ ପାଇଁ ଲୋକମାନେ ସରକାରଙ୍କ କୌଣସି କଟକଣାକୁ ମାନି ନଥିଲେ। ଅନେକ ଲୋକ ମାସ୍କ ନପିନ୍ଧିବା ସହିତ ସାମାଜିକ ଦୂରତା ନିୟମକୁ ଫୁ କରିଦେଇଥିଲେ। କେବଳ ଗ୍ରାହକ ନୁହେଁ ଦୋକାନ ଓ ମଲ୍‌ଗୁଡିକ ମଧ୍ୟ ରଜ ବ୍ୟବସାୟ ପାଇଁ ଗ୍ରାହକଙ୍କ ଭିଡ଼ ଉପରେ କୌଣସି ପ୍ରକାର ଧ୍ୟାନ ଦେଇ ନଥିଲେ।

ସମ୍ବନ୍ଧିତ ଖବର