ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ପୌରପାଳିକାକୁ ଏବେ ଆସିଛି ନୂଆ ଶେଷପୋଲ ପିକଅଫ୍ ଭ୍ୟାନ। ଏଣିକି ସଂକୀର୍ଣ୍ଣ ଗଳି, ବଡ ଗାଡି ଯାଇ ପାରୁନଥିବା ସାହି, ଗଳିରୁ ବି ମଳ ସଂଗ୍ରହ କରାଯିବ। ସ୍ବଚ୍ଛଭାରତ ମିଶନରେ ୧୬ଲକ୍ଷ ୧୮ହଜାର ଦେଇ ନୂଆରେ ଅଣାଯାଇଛି ଅତ୍ୟାଧୁନିକ ଯନ୍ତ୍ର ବ୍ୟବସ୍ଥା ରହିଥିବା ଶେଷପୋଲ। ଗତ ୨ଦିନ ହେବ ଏହା ଜୟପୁର ପୌରପାଳିକାରେ ପହଚିଂଛି। ଏବେ ଏହାକୁ ଆଂଚଳିକ ପରିବହନ ବିଭାଗରେ ପଂଜିକୃତ କରାଯିବା ପରେ ଏହାକୁ ଲୋକାର୍ପିତ କରାଯିବ ବୋଲି ପୌରପାଳିକା ପକ୍ଷରୁ ସୂଚନା ମିଳିଛି। ଗତ ୨ବର୍ଷ ତଳେ ଦୁଇଟି ବଡ ଶେଷପୋଲ୍ ଭ୍ୟାନ୍ ଜୟପୁର ପୌରପାଳିକାକୁ ଆସିଥିଲା। ଏଥି ମଧ୍ୟରୁ ଗୋଟିଏ ଗାଡ଼ିକୁ ପୌରପାଳିକା ପରିଚାଳନା କରୁଥିବା ବେଳେ ଅନ୍ୟ ଗାଡିଟିକୁ ଟେଣ୍ଡର କରାଯାଇ ଏକ ଠିକା ସଂସ୍ଥାକୁ ଦିଆଯାଇଥିଲା।
ଉକ୍ତ ଠିକାସଂସ୍ଥାଟି ସେହି ଗାଡିକୁ କିଛି ଦିନ ପରିଚାଳନା କରିବା ପରେ ଆଉ ପରିଚାଳନା ନ କରି ଏଥିରୁ ଅବ୍ୟହତି ନେଇଥିବା ସୂଚନା ମିଳିଛି। ସଂପ୍ରତି ପୌରପାଳିକାର ବଡ ଶେଷ ପୋଲ ଭ୍ୟାନ୍ ସହରରେ ମଳ ସଂଗ୍ରହ କରିବା କାମରେ ନିୟୋଜିତ ଥିଲା। ତେବେ ସଂକୀର୍ଣ୍ଣ ଗଳି କିମ୍ବା ରାସ୍ତାରେ ବଡ ଗାଡ଼ି ଯାଇ ପାରୁନଥିଲା। ଛୋଟ ପିକଅଫ୍ ଭ୍ୟାନ ଆସିବା ପରେ ଏହା ଏହି ରାସ୍ତା ଗୁଡ଼ିକରେ ଯାଇ ପାଇଖାନା ଗୁଡ଼ିକରୁ ମଳ ସଂଗ୍ରହ କରି ବର୍ଜବସ୍ତୁ ପରିଚାଳନା କେନ୍ଦ୍ରରେ ଯାଇ ଏହାକୁ ନଷ୍ଟ କରିବ ବୋଲି ପୌରପାଳିକା ପକ୍ଷରୁ ସୂଚନା ମିଳିଛି।