ରାଉରକେଲା: ଇସ୍ପାତ ସହରରେ ସପ୍ତାହାନ୍ତ ସଟଡାଉନର କଡ଼ା ପାଳନ ପାଇଁ ବ୍ୟାପକ ଯାଞ୍ଚ କରାଯାଉଛି। ସହରର ବିଭିନ୍ନ ଛକରେ ଯାତ୍ରୀମାନଙ୍କ ଯାଞ୍ଚ ହେଉଛି। ଯାତ୍ରୀମାନଙ୍କୁ ଅଟକାଇ ସେମାନଙ୍କର ଗନ୍ତବ୍ୟ ସ୍ଥଳ, ଘରୁ ବାହାରିବାର କାରଣ ଆଦି ବିଷୟରେ ପଚରାଉଚରା କରାଯାଉଛି। ତେବେ ବିନା କାରଣରେ ଘରୁ ବାହାରୁଥିବା ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି।