ଯାଜପୁରର ଦୁଇ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ

ଯାଜପୁର: କରୋନା ଭୟାବହତାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସାରା ରାଜ୍ୟର ସହରାଞ୍ଚଳରେ ଶନିବାର ଓ ରବିବାର ସଟଡାଉନ କରାଯାଉଛି । ସେହିପରି ଯାଜପୁରର ଦୁଇ ସହରାଞ୍ଚଳ ଯାଜପୁର ଟାଉନ ଓ ବ୍ୟାସନଗରରେ ସପ୍ତାହାନ୍ତ ସଟଡାଉନ କରାଯାଇଛି ।

ଏସପିଙ୍କ ସୂଚନା ଅନୁସାରେ, ଉଭୟ ସହରର ପ୍ରବେଶ ପଥରେ ନାକା କରାଯାଇଥିବା ବେଳେ ଗାଡିମଟର ଯାଞ୍ଚ କରାଯାଉଛି । ଜରୁରୀ ସେବାକୁ ଅନୁମତି ଥିବା ବେଳେ ସହରରେ ସବୁ ଦୋକାନବଜାର ବନ୍ଦ ରହିଛି । ସବୁ ବର୍ଗର ଲୋକ ଏହି ସଟଡାଉନକୁ ସମର୍ଥନ ଦେଇଥିବା ବେଳେ ଯାଜପୁରରେ ଏହାକୁ କଡାକଡି ପାଳନ କରାଯାଉଛି । ଏହାର ତଦାରଖ ପାଇଁ ଫ୍ଲାଇଙ୍ଗ ସ୍କ୍ବାର୍ଡ ଓ ଜଏଣ୍ଟ ଏନଫୋର୍ସମେଣ୍ଟ କାର୍ଯ୍ୟ କରୁଛି । ଯେଉଁ ଅମାନିଆ ନିୟମ ଉଲଘଂନ କରିବେ ତାଙ୍କ ଠାରୁ ଜରିମାନା ଆଦାୟ କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯାଜପୁର ଏସପି ରାହୁଲ ପି.ଆର ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର