ଦ୍ୱିତୀୟ ଦିନରେ ଭଦ୍ରକରେ ସଟ୍ ଡାଉନ୍: ଗାଁ ଠୁଁ ସହର ଶୂନ୍ ଶାନ୍

ଭଦ୍ରକ: ଆଜି ଦ୍ୱିତୀୟ ଦିନର ସଟ୍ ଡାଉନ୍ ବେଳେ ଭଦ୍ରକ ଜିଲ୍ଲାର ଗାଁ ଠୁଁ ସହର ସବୁ ଶୂନ୍ ଶାନ୍ ରହିଛି। ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୦ରେ ପହଞ୍ଚିଛିଥିବା ବେଳେ ଭଦ୍ରକ ରେଡ୍ ଜୋନ୍ ରେ ରହିଛି। ଏହାକୁ ଦୃଷ୍ଟିରେ ରଖି ଦୁଇ ଦିନିଆ ସଟ୍ ଡାଉନ୍ ଘୋଷଣା କରାଯାଇଥିଲା। ସଟ୍ ଡାଉନ୍ ବେଳେ ଜିଲ୍ଲା ୭ ବ୍ଲକ ଓ ୪ ଟି ପୌରାଞ୍ଚଳରେ କୌଣସି ଲୋକଙ୍କୁ ବହାରକୁ ବାହାର କରିବାକୁ ଦିଆଯାଇ ନଥିଲା। ସବୁ ଆଡେ ପୁଲିସର କଡା ପହରା ରହିଥିଲା। ସର୍ଟ ଡାଉନ୍ ପାଇଁ ଦୁଇଦିନ ଧରି ଜିଲ୍ଲାରେ ସବୁ ଦୋକାନ ବଜାର ବନ୍ଦ ରହିଛି।

ଆସନ୍ତକାଲି ସକାଳ ୫ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ବଳବତ୍ତର ରହିବ। ସକାଳ ୫ ପରେ ସବୁ ଦୋକାନ ବଜାର ଖୋଲା ହେବା ସହ ଗାଡି ମଟର ଚଳାଚଳ କରିବ। ଆସନ୍ତାକାଲି ସୋମାବର ସକାଳ ୫ଟା ବେଳେ ସଟ୍ ଡାଉନ ଉଠିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସଟ୍ ଡାଉନ୍ ଉଠିବା ପରେ ଅନେକ କଟକଣା କୋହଳ କରାଯିବ। କିନ୍ତୁ ଲୋକମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ପଡିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସାମାଜିକ ଦୂରତା ରକ୍ଷା ଓ ମୁହଁରେ ମାସ୍କ ପିନ୍ଧିବା ପାଇଁ ସବୁ ଲୋକଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର