ଝାରସୁଗୁଡ଼ା: ସୋମବାର ଝାରସୁଗୁଡ଼ା ସହର ଉପକଣ୍ଠ ଦୁର୍ଲ୍ଲଗା ପଞ୍ଚାୟତ ସାଲେଟିକ୍ରା ପ୍ରାଥମିକ ସ୍କୁଲ୍ରେ ଦିନ ସାଢ଼େ ୧୦ଟା ଯାଏ ପ୍ରଧାନଶିକ୍ଷୟିତ୍ରୀଙ୍କ ସମେତ ଉଭୟ ଶିକ୍ଷୟିତ୍ରୀ ଅନୁପସ୍ଥିତ ଥିବା ବେଳେ କୁନି କୁନି ପିଲାମାନେ ହାତରେ ଝାଡୁ ଧରି ସଫେଇ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା। ଏହି ଘଟଣା ନେଇ ଅଭିଯୋଗ ପରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ ଭୁଟିଆ ଘଟଣା ସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିଥିଲେ। ଆଜି ଝାରସୁଗୁଡ଼ା ବ୍ଲକ ଶିକ୍ଷାଧିକାରୀ ଯଶୋବନ୍ତ ସାହୁ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ୨ ଶିକ୍ଷୟିତ୍ରୀଙ୍କୁ ଘଟଣା ବାବଦରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। କାହିଁକି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ସେ ନେଇ ଗୋଟିଏ ଦିନରେ ଉତ୍ତର ରଖିବାକୁ ବିଇଓ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ, ଛାତ୍ରଛାତ୍ରୀଙ୍କ ଦ୍ବାରା ସ୍କୁଲ ପରିସରକୁ ସଫେଇ କରାଯିବା ବେଆଇନ୍ ଓ ନିୟମ ବିରୁଦ୍ଧ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ପୁଷ୍ପା ମିଞ୍ଜ।
ସ୍କୁଲରେ ଛାତ୍ରଛାତ୍ରୀ ଝାଡ଼ୁ କରିବା ପ୍ରସଙ୍ଗ, ଶିକ୍ଷୟିତ୍ରୀଙ୍କୁ କାରଣଦର୍ଶାଅ ନୋଟିସ୍
/sambad/media/post_attachments/wp-content/uploads/2023/09/Untitled-112.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)