କଳାହାଣ୍ଡିରେ ବଜରଙ୍ଗ ଦଳ ପକ୍ଷରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ଭବାନୀପାଟଣା: କଳାହାଣ୍ଡି ବଜରଙ୍ଗ ଦଳ ପକ୍ଷରୁ ଜିଲ୍ଲା ସଂଯୋଜକ ଅଶ୍ୱିନୀ କୁମାର ଚନ୍ଦନଙ୍କ ନେତୃତ୍ୱରେ ଗଲାୱାନା ସୀମାରେ ଭାରତ- ଚୀନ ସଂଘର୍ଷରେ ସହିଦ ୨୧ ଜଣ ଭାରତୀୟ ଯବାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ବିଭାଗ ସଭାପତି ଭାଗିରଥି ଭୋଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ସ୍ମୃତିଚାରଣ କରି ଚୀନ ବସ୍ତୁ ବର୍ଜନ ପାଇଁ ଆହ୍ଵାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବିଭାଗ ସଂଘଚାଳକ ଜୟ ନାରାୟଣ ବାବୁ ବଶ୍ୱ ହିିନ୍ଦୁ ପରିଷଦ ଜିଲ୍ଲା ସଭାପତି ଶାନ୍ତନୁ ମୁଣ୍ଡ, ସମ୍ପାଦକ ସେବକ ରାମ ସାହୁ, ବିଭାଗ ସଙ୍ଗଠନ ମନ୍ତ୍ରୀ ସତ୍ୟ ନାରାୟଣ ଥାନପତି, ଜିତେନ୍ଦ୍ର ପ୍ରସାଦ, ସୁବାସ ପଣ୍ଡା, ଜିଲ୍ଲା ମିଳନ କେନ୍ଦ୍ର ପ୍ରମୁଖ ଶ୍ରୀମନ୍ତ ପଟେଲ, ପୂର୍ବତନ ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ଅଂଶୁମାନ ଜେନା, ସ୍ୱଦେଶୀ ଜାଗରଣ ମଞ୍ଚର ଗଜେନ୍ଦ୍ର ଡାକୁଆ, ମନୋଜ କୁମାର ନାଏକ, ହିନ୍ଦୁ ଜାଗରଣ ସାମ୍ମୁଖ୍ୟର ଗଙ୍ଗାଧର ଭେଶ୍ରା,ଆଇନଜୀବୀ ଗଜେନ୍ଦ୍ର ପାଢୀ ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ସମ୍ବନ୍ଧିତ ଖବର