କାଲିଠୁ ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଖୋଲିବ ବୋଲି କେନ୍ଦ୍ରର ଘୋଷଣା ପରେ ରାଜ୍ୟ ଲଗାଇଲା ରୋକ

ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଧର୍ମପୀଠ ଓ ଉପାସନାସ୍ଥଳୀ ବନ୍ଦରହିବ : ରାଜ୍ୟ ସରକାର

ଭୁବନେଶ୍ୱର:  ଆସନ୍ତାକାଲି (ସୋମବାର)ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, ରାଜଧାନୀ ଭୁବନେଶ୍ୱରସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ୱର, ଅନନ୍ତ ବାସୁଦେବ ମନ୍ଦିର ଓ ଅନ୍ୟ ପ୍ରାଚୀନ ଶୈବପୀଠ, ଭୁବନେଶ୍ୱର ଉପକଣ୍ଠ ହୀରାପୁରସ୍ଥିତ ୬୪ ଯୋଗିନୀ ପୀଠ, ଢେଙ୍କାନାଳର ପ୍ରସିଦ୍ଧ ଶ୍ରୀ କପିଳାସ ପୀଠ ଆଦି ଉପସନାସ୍ଥଳୀ ଖୋଲିବ ବୋଲି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ପ୍ରହ୍ଲାଦ ସିଂ ପଟେଲ ସୂଚନା ଦେଇଛନ୍ତି। .ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଅଧୀନରେ ସଂରକ୍ଷିତ ଭାରତର ୮୨୦ଟି ଐତିହାସିକ କିର୍ତ୍ତୀରାଜି ଜୁନ ୮ରେ ଖୋଲିବ। ଏସବୁ କିର୍ତ୍ତୀରାଜିି ଉପାସନା ପୀଠ ଭାବେ ମାନ୍ୟତା ଲାଭ କରିଛି। ଏହା ମଧ୍ୟରେ ଓଡ଼ିଶାର ୪୬ଟି କିର୍ତ୍ତୀରାଜିି ଓ ମନ୍ଦିର ରହିଛି। ତେବେ ଏସବୁ ସ୍ଥାନରେ କେନ୍ଦ୍ର ଗୃହ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିୟମକୁ ପାଳନ କରାଯିବ।

ତେବେ କେନ୍ଦ୍ର ସରକାରଙ୍କ ଏହି  ଘୋଷଣା ପରେ ଏ ସଂକ୍ରାନ୍ତରେ ରାଜ୍ୟ ସରକାର ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ରାଜ୍ୟର କୌଣସି ଧର୍ମପୀଠ ଆସନ୍ତାକାଲି ଖୋଲିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ପୂର୍ବସୂଚନା ଅନୁସାରେ  ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଧର୍ମପୀଠ ଓ ଉପାସନାସ୍ଥଳୀ ବନ୍ଦରହିବ। ଆଜି ମୁଖ୍ୟଶାସନ ସଚିବଙ୍କ ସ୍ବାକ୍ଷରରେ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଅଧୀନରେ ସଂରକ୍ଷିତ ୮୨୦ଟି ଐତିହାସିକ କିର୍ତ୍ତୀରାଜି ଖୋଲିବ। ଏସବୁ କିର୍ତ୍ତୀରାଜିି ଉପାସନା ପୀଠ ଭାବେ ମାନ୍ୟତା ଲାଭ କରିଛି। ତେବେ ଏସବୁ ସ୍ଥାନରେ କେନ୍ଦ୍ର ଗୃହ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିୟମକୁ ପାଳନ କରାଯିବ ବୋଲି ସୂଚନା ଦେଇଥିଲେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ।

ଏହି ୮୨୦ଟି ଉପାସନା ପୀଠ ତଥା ଐତିହାସିକ କିର୍ତ୍ତୀରାଜି ମଧ୍ୟରେ ଓଡ଼ିଶାରେ ଥିବା ଏଏସଆଇ ଅଧୀନ ୪୬ଟି କିର୍ତ୍ତୀରାଜିି ଖୋଳିବା ପାଇଁ ମଧ୍ୟ ଅନୁମତି ମିଳିଛି ସେଗୁଡ଼ିକ ମଧ୍ୟରେ ପ୍ରମୁଖ ହେଉଛି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, ରାଜଧାନୀ ଭୁବନେଶ୍ୱରସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ୱର, ଅନନ୍ତ ବାସୁଦେବ ମନ୍ଦିର ଓ ଅନ୍ୟ ପ୍ରାଚୀନ ଶୈବପୀଠ, ଭୁବନେଶ୍ୱର ଉପକଣ୍ଠ ହୀରାପୁରସ୍ଥିତ ୬୪ ଯୋଗିନୀ ପୀଠ, ଢେଙ୍କାନାଳର ପ୍ରସିଦ୍ଧ ଶ୍ରୀ କପିଳାସ ପୀଠ ଆଦି ଉପସନାସ୍ଥଳୀ।

ତେବେ ଏସବୁ ସଂରକ୍ଷିତ କିର୍ତ୍ତୀରାଜି ଖୋଲାଯିବା ସମୟରେ ୪.୬.୨୦୨୦ରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ମାନକ ପରିଚାଳନା ପଦ୍ଧତି (ଏସଓପି)କୁ କଡ଼ାକଡ଼ି ଭାବେ ପାଳନ କରାଯିବ। କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସମସ୍ତ ଆବଶ୍ୟକ ସତର୍କତା ପଦକ୍ଷେପର କାର୍ଯ୍ୟାନ୍ଵୟନ ଏଏସଆଇ ପକ୍ଷରୁ ସୁନିଶ୍ଚିତ କରାଯିବ । ଆହୁରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଅନ୍ୟ ସମସ୍ତ ଦିଶାନିର୍ଦ୍ଦେଶ ପାଳନ ଏଏସଆଇ ଦ୍ୱାରା ସୁନିଶ୍ଚିତ କରାଯିବ।

ସୋମବାର ଠାରୁ ଖୋଲିବାକୁ ଥିବା ଏହି ୮୨୦ଟି ଉପାସନା ସ୍ଥଳୀ ତଥା କିର୍ତ୍ତୀରାଜିର ତାଲିକା ସମ୍ପୃକ୍ତ ରାଜ୍ୟ ଓ ଜିଲ୍ଲା ପ୍ରଶାସନକୁ ଯୋଗାଇ ଦେବା ନିମନ୍ତେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏଏସଆଇକୁ ଅନୁରୋଧ କରାଯାଇଛି। ଯାହାଫଳରେ କୋଭିଡ-୧୯ ସଂକ୍ରମଣ ପ୍ରତିହତ ଓ ନିରାକରଣ ଲାଗି ସମସ୍ତ ପଦକ୍ଷେପ ସେମାନେ କାର୍ଯ୍ୟକାରୀ କରିପାରିବେ।

ସମ୍ବନ୍ଧିତ ଖବର