ଜୟପୁରର ୮ବର୍ଷର ଶ୍ରୀୟଙ୍କ ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ

ସାଢ଼େ ୨ମିନଟରେ କୁହନ୍ତି ୧୫୭ଟି ଦେଶର ମୁଦ୍ରା ନାଁ

ଜୟପୁର: ଜୟପୁର ଜୟନଗର ଅକ୍ଷୟ ପାଢ଼ ଓ ସ୍ବପ୍ନା ହୋତାଙ୍କ ପୁଅ ଶ୍ରୀୟଙ୍କ ୮ବର୍ଷରେ ସ୍ଥାନ ପାଇଛନ୍ତି ଏସିଆ ବୁକ୍ ଅଫ ରେକର୍ଡରେ। ସେ ଏହା ସାଢ଼େ ୨ମିନିଟରେ ୧୫୭ଟି ଦେଶର ମୁଦ୍ରାର ନାଁ କହି ଏହି ସଫଳତା ପାଇଛନ୍ତି। ଏହା ସହ ସେ ୩୪ସେକଣ୍ଡରେ ସେ ଅର୍ନଗଳ ଭାବେ କହି ଦେଉଛନ୍ତି ଭାରତର ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଂଚଳ ଗୁଡ଼ିକର ଗ୍ରାମୀଣ ଓ ଲୋକନୃତ୍ୟ ଗୁଡ଼ିକର ନାଁ । ଏହା ସହ ସେ ୨୦୨୧ ପାଇଁ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ବି ସ୍ଥାନ ପାଇଛନ୍ତି। ଶ୍ରୀୟଙ୍କ ସ୍ଥାନୀୟ ଏକ ବିଦ୍ୟାଳୟରେ ୨ୟରେ ପଢ଼ୁଛନ୍ତି। ମା ସ୍ବପ୍ନା ହୋତା ପେଶାରେ ଜଣେ ଶିକ୍ଷୟତ୍ରୀ। ପୁଅର ଭିନ୍ନ ପ୍ରତିଭାକୁ ବାରିବା ପରେ ସେ ତାଙ୍କୁ ଏସବୁ ଦେଶର ମୁଦ୍ରାର ନାଁ ସହ ଲୋକନୃତ୍ୟର ନାଁ ଆଦି କହି ଶିଖାଇଥିଲେ।

ଶ୍ରୀୟଙ୍କର ସ୍ମୃତିଶକ୍ତି ପ୍ରଖର ଥିବାରୁ ସେ ଏହାକୁ ଗ୍ରହଣ କରି କମ୍ ସମୟ ମଧ୍ୟରେ କହିଥିଲେ। ଏହା ପରେ ସେ ଦୁଇଟି ରେକର୍ଡ଼ କରିଛନ୍ତି ବୋଲି କହିଛନ୍ତି ତାଙ୍କ ମା ସ୍ବପ୍ନା। ଆଗାମୀ ଦିନରେ କମ୍ ସମୟ ମଧ୍ୟରେ ଆହୁରି ଅଧିକା ଦେଶର ମୁଦ୍ରା ଓ ନୋଟର ନାଁ ଗୁଡ଼ିକୁ ଯେଭଳି କହି ପାରିବ ସେ ଅଭ୍ୟାସ ବି କରାଉଛନ୍ତି। ଶ୍ରୀୟଙ୍କ ବଡ଼ ହୋଇ ଡାକ୍ତର ହେବା ଲକ୍ଷ୍ୟ ରଖିଛନ୍ତି। ଶ୍ରୀୟଙ୍କ ଜିଲ୍ଲା, ରାଜ୍ୟ ଓ ଦେଶ ପାଇଁ ଏହି ପୁରସ୍କାର ପାଇଁ ଗୌରବ ଆଣିଛନ୍ତି। ଆଗାମୀ ଦିନରେ ସେ ଗ୍ରିନୀଜ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇ ନିଜର ଲକ୍ଷ୍ୟ ହାସଲ କରି ଗୌରବ ବଜାୟ ରଖୁ ବୋଲି ବୁଦ୍ଧିଜୀବୀ ମାନେ ଆଶା ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର