ସପ୍ତାହନ୍ତ ସଟ୍‌ଡାଉନ୍ ଯୋଗୁଁ ଭଦ୍ରକ ଜନ ଶୂନ୍ୟ, ସହରର ସ୍ଥିତି ପରଖୁଛନ୍ତି ଜିଲ୍ଲାପାଳ ଓ ଏସପି

ରେଳ ଷ୍ଟେସନରେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ସ୍କ୍ରିନିଂ ଟେଷ୍ଟ

ଭଦ୍ରକ: କରୋନାର କାୟା ବୃଦ୍ଧିକୁ ଲକ୍ଷ୍ୟ କରି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ସକାଳ ୬ଟାଠାରୁ ଭଦ୍ରକ ଜିଲ୍ଲାର ୪ଟି ପୌରାଞ୍ଚଳରେ ସପ୍ତାହାନ୍ତ ସଟ୍ଡା‌ଉନ୍ ଲାଗୁ କରାଯାଇଛି। ସଡ୍ଡାଉନ୍ ଲାଗୁ ହେବା ଯୋଗୁଁ ସହରଞ୍ଚାଳର ଗୁଡିକ ଜନଶୂନ୍ୟ ହୋଇପଡିଛି। କେବଳ ମେଡିକାଲକୁ ଆସୁଥିବା ରୋଗୀଙ୍କୁ ଛଡାଯାଉଥିବା ବେ‌ଳେ ଅନ୍ୟ ସମସ୍ତଙ୍କୁ ପୁଲିସ ଅଟକାଉଛି। ଭଦ୍ରକ ସହରରେ ଆଜି ସକାଳୁ ସଟଡାାଉନ୍ ଲାଗୁ ହେବା ପ‌ରେ ସାରା ସରହରେ ବିଭିନ୍ନ ଛକ ସ୍ଥାନରେ ପୁଲିସ ପେଟ୍ରୋଲିଂକୁ କଡାକଡି କରାଯାଇଥିଲା। ପୁଲିସ୍ ସମସ୍ତ ଚେକ୍ ପୋଷ୍ଟରେ ରହି ଲୋକଙ୍କୁ ଯାଞ୍ଚ କରିବା ସହ ଲୋକଙ୍କର ଗତିବିଧି ଉପରେ ତୀକ୍ଷ୍ମଣ ନଜର ରଖିଥିଲା।

ଆଜି ଭଦ୍ରକ ସହରରେ ସଡ୍ ଡାଉନ୍ ସ୍ଥିତି ପରକ୍ଷିଥିଲେ ଜିଲ୍ଲାପାଳ ଡ. ଜ୍ଞାନ ଦାସ ଓ ଏସ.ପି. ଚରଣ ସିଂ ମୀନା। ଏଇ ଦୁଇ ଅଧିକାରୀଙ୍କ ସମେତ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ସହରର ବିଭିନ୍ନ ସ୍ଥାନରେ ଦିନ ତମାମ ପଇଁନ୍ତରା ମାରିଛନ୍ତି। ପୁଲିସ୍ ଯାଂଚ କଡାକଡି ହେଉଥିବାରୁ କୌଣସି ଲୋକ ଆଜି ଆଉ ଘରୁ ବାହାରକୁ ବହାରି ନାହାନ୍ତି। ସାରା ସହର ଶୂନ୍ଶାନ୍ ରହିଥିଲା। ସହରର ସବୁ ଦୋକାନ ବଜାର ବନ୍ଦ ରହିଥିଲା। କେବଳ ମେଡିସିନ ଷ୍ଟାର ଗୁଡିକ ଖୋଲା ରହିଥିଲା। ଆଜି ଓ ଆସନ୍ତାକାଲି (ରବିବାର) ଦୁଇ ଦିନ ପାଇଁ ସଟ୍ଡା‌ଉନ୍ ଘୋଷଣା ହୋଇଥିବାରୁ ଏହାକୁ ମାନି ଅଧିକାଂଶ ଲୋକ ନିଜ ନିଜ ଘରେ ରହିବାକୁ ଶ୍ରେୟ ମଣିଛନ୍ତି।

କରୋନା ପ୍ରକୋଅପ ବୃଦ୍ଧି ପାଉଥିବାରୁ ଓ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ କଡା ନଜର ଦେବାକୁ ଯାଇ ଆଜି ଭଦ୍ରକର ଚରମ୍ପା ରେଳ ଷ୍ଟେସନଠାରେ ଯାଞ୍ଚ ପ୍ରକ୍ରିୟା କଡାକଡି କରାଯାଇଥିଲା। ଜିଲ୍ଲାପାଳ ଡ. ଦାସ ଆଜି ରେଳ ଷ୍ଟେସନ୍ ଯାଇ ପରିସ୍ଥିତିକୁ କିଭଳି ମୁକାବିଲା‌ କରାଯିବ ତାହା ଉପରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲେଚାନା କରିଥିବା ବେ‌ଳେ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ୧୪ ଦିନ ଇନଷ୍ଟିଚ୍ୟୁସନାଲ କ୍ବାରେଣ୍ଟାଇନରେ ରହିବା ପାଇଁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର