ବିନିକା: କରୋନା ଭାଇରସ୍ ମହାମାରୀର ଦ୍ଵିତୀୟ ଲହର ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବାକୁ ରାଜ୍ୟ ସରକାର ଶନିବାର ଓ ରବିବାର ସଟ୍ଡାଉନ୍ ଘୋଷଣା କରିବା ପରେ ଆଜି ସୁବର୍ଣ୍ଣପୁର ଜିଲ୍ଲାର ବିନିକା ସହରରେ ଦୋକାନ-ବଜାର ସବୁ ବନ୍ଦ ରହିଛି। ପୁଲିସ ସହରରେ ପଇଁତରା ମାରିବା ସହ ବିଭିନ୍ନ ଛକ ଦେଇ ଯିବା-ଆସିବା କରୁଥିବା ଲୋକଙ୍କୁ ଯାଞ୍ଚ କରୁଛି।
କେବଳ ଜରୁରୀକାଳୀନ ସେବା ବ୍ୟତୀତ ଦୋକାନ ବଜାର ସହ ଗାଡ଼ି ଚଳାଚଳସମ୍ପୂର୍ଣ ବନ୍ଦ ରହିଛି। ବିନିକା ପୁଲିସ ପକ୍ଷରୁ ବାହାରୁ ଆସୁଥିବା ଲୋକମାନଙ୍କୁ ଫେରେଇ ଦିଆଯାଉଛି। ଜିଲ୍ଲା ବାହାରୁ ଆସୁଥିବା ଲୋକମାନଙ୍କର ଦୁଇ ଦିନ ଭିତରେ ଥିବା କୋଭିଡ୍ ରିପୋର୍ଟକୁ ଯାଞ୍ଚ କରାଯାଉଛି | ସଟ୍ଡାଉନ ବେଳେ ବାହାରେ ନ ବୁଲି ଘରେ ସୁରକ୍ଷିତ ଭାବେ ରହିବାକୁ ପରାମର୍ଶ ଦେଇଛନ୍ତି। ଏହାକୁ ତଦାରଖ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଏସ୍ପି ସୀତାରାମ ଶତପଥୀ ବିନିକା ଆସି ତଦାରଖ କରିଛିନ୍ତି।