ସମଗ୍ର ଯାଜପୁର ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ

ଯାଜପୁର : ସମଗ୍ର ଯାଜପୁର ଜିଲ୍ଲାରେ ସପ୍ତାହାନ୍ତ ଲକଡାଉନ ଘୋଷଣା କରାଯାଇଛି । ସହରାଞ୍ଚଳରେ ପୂର୍ବରୁ ସପ୍ତାହାନ୍ତ ସଟଡାଉନ ଥିବାବେଳେ ଏବେ ଜିଲ୍ଲାରେ ଥିବା ୩୧୧ ପଂଚାୟତର ସରପଞ୍ଚମାନେ ନିଜ ନିଜ ପଂଚାୟତରେ ସଟଡାଉନ ଘୋଷଣା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ଫଳରେ ସମଗ୍ର ଜିଲ୍ଲାରେ ସପ୍ତାହାନ୍ତ ଲକଡାଉନ ହୋଇଛି ବୋଲି ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି। ଏହି ସମୟରେ ଜରୁରୀକାଳୀନ ସେବା ଜାରି ରହିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର