ଆଜି ଠାରୁ ଧଉଳି ଶାନ୍ତିସ୍ତୂପକୁ ଗଡ଼ିବ ସଟଲ ବସ

ଧଉଳି : ଆସନ୍ତା କାଲି ଠାରୁ ଧଉଳି ଶାନ୍ତସ୍ତୂପକୁ ଗଡ଼ିବ ସଟଲ ବସ । ପୂର୍ବଭଳି ବସଷ୍ଟାଣ୍ଡରୁ ପର୍ଯ୍ୟଟକମାନେ ସଟଲ ବସରେ ବସି ୧ କିମି ଦୂର ବିଶିଷ୍ଟ ଶାନ୍ତିସ୍ତୂପକୁ ନିରାପଦରେ ଯାତାୟତ କରିପାରିବେ । ବସ ଭିତରେ ବସିବା ବେଳେ କୋଭିଡ଼ କଟକଣା ନିୟମ କଡ଼ାକଡ଼ି ଭାବେ ପାଳନ ହେବ । ଯାତ୍ରୀମାନଙ୍କ ହାତ ସାନିଟାଇଜ କରାଯିବ । ଶରୀରର ତାପମାତ୍ରା ମପାଯିବ । କୋଭିଡ଼ ଲକ୍ଷଣ ଥିଲେ ବସରେ ଚଢ଼ିବାକୁ ଦିଆଯିବ ନାହିଁ । ଲକ୍ଷଣ ଜଣାପଡ଼ିଲେ ଦରକାର ପଡ଼ିଲେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ । ବଡ଼ଦିନ ଅବ୍ୟବହିତ ପୂର୍ବରୁ ଧଉଳି ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଆସନ୍ତା କାଲିଠାରୁ ସର୍ଟଲ ବସ ସେବା ଉପଲବ୍ଧ ହେବ । ଏସଂର୍ପର୍କରେ ଖୋର୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦିଷ୍ଟ ଗାଇଡ଼ ଲାଇନ ଘୋଷଣା ପ୍ରକାଶ ପାଇଥିବା ଭୁବନେଶ୍ବର ଟ୍ୟୁରିଷ୍ଟ ଅଫିସର ଅଜୟ କୁମାର ରାଉତ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୨ଟି ସଟଲ ବସ ମଧ୍ୟରୁ ଆସନ୍ତା କାଲିଠାରୁ ୪ଟି ବସ ଚଳାଚଳ କରିବ । ପରେ ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟରେ ରଖି ଆବଶ୍ୟକତା ଦୃଷ୍ଟରୁ ବସ ସଂଖ୍ୟା ବଡ଼ିବ । ୨୬ଟି ସିଟଥିବା ଣୀତତାପ ନିୟନ୍ତ୍ରିତ ସର୍ଟଲ ବସରେ ୨୬ ଜଣ ଯାତ୍ରୀ ବସିକି ଯାତାୟତ କରିବେ । ଆଗଭଳି ଯାତ୍ରୀ ପିଛା ୧୦ଟଙ୍କା ଲେଖାଏଁ ଟିକେଟ ଫି ଆଦାୟ ହେବ । ସଟଲ ବସ ଭିତରେ ପର୍ଯ୍ୟଟକମାନଙ୍କୁ ଛିଡ଼ା ହୋଇ ଯାଇପାରିବେ ନାହିଁ । ଟୋଲଗେଟ ତଦାରଖ ଦାୟିତ୍ବରେ ଥିବା ପଞ୍ଚାୟତ ଜନ ପ୍ରତିନିଧି ଏନେଇ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି କିଛି ସର୍ଟଲ ବସ ଯାତାୟତ ନକରିବା ଫଳରେ ତାର ଯନ୍ତ୍ରଂଶ ଖରାପ ହୋଇଯାଇଥିବା ସୂଚନା ମିଳିଛି । ଏଦିଗରେ ଦାୟିତ୍ବରେ ଥିବା ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି ।

ସମ୍ବନ୍ଧିତ ଖବର