ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନାର ସବ୍ ଇନ୍ସପେକ୍ଟର ଉଗ୍ରସେନ ପଟେଲ ୨ଲକ୍ଷ ଟଙ୍କା ଚାଲାଣ କରୁଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ଶ୍ରୀ ପଟେଲ ୨ ଲକ୍ଷ ଟଙ୍କା ନେଇ ବାଇକ୍ରେ ଯାଉଥିଲେ। ପୂର୍ବରୁ ଖବର ପାଇଁ କଳାହାଣ୍ଡି ଭିଜିଲାନ୍ସ ଡିଏସ୍ପି ସତ୍ୟବାନ ମହାନନ୍ଦ, ମାଲକାନଗିରି ଡିଏସ୍ପି ସୁଶାନ୍ତ ବିଶ୍ବାଳ, ଇନ୍ସପେକ୍ଟର ଦୀନବନ୍ଧୁ ବେହେରା, ଇନ୍ସପେକ୍ଟର କଳାବତୀ ବାଗ, ପ୍ରମିଳା ସୁନାଙ୍କୁ ନେଇ ଏକ ଟିମ୍ ଗଠନ ହୋଇଥିଲା। ଏମାନେ ଗୋଲାମୁଣ୍ଡାରେ ପହଞ୍ଚି ଉଗ୍ରସେନ ପଟେଲଙ୍କୁ ବାଟରେ ଅଟକାଇଥିଲେ। ତାଙ୍କ ପାଖରୁ ୨ଲକ୍ଷ ଟଙ୍କା ଜବତ କରିଥିଲେ। ଏହି ଟଙ୍କାର ସେ ସଠିକ୍ ହିସାବ ଦେଇପାରି ନଥିଲେ। ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଶ୍ରୀ ପଟେଲଙ୍କୁ ଗିରଫ କରାଯାଇଛି। ଘଟଣାରେ ଅଧିକ ତଦନ୍ତ ଆରମ୍ଭ ହୋଇଛି।
ଏସ୍ଆଇ ଉଗ୍ରସେନ ପଟେଲ ଭିଜିଲାନ୍ସ ଦ୍ବାରା ଗିରଫ, ୨ ଲକ୍ଷ ଟଙ୍କା ଜବତ
/sambad/media/post_attachments/wp-content/uploads/2021/07/434a4901-facd-4933-ad2e-21b3ef725342.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)