ସିଦ୍ଧେଶ୍ୱରୀ ପ୍ରସାଦ ମିଶ୍ରଙ୍କ ପରଲୋକ 

ଢେଙ୍କାନାଳ:  ବିଜେଡିର ପୂର୍ବତନ ରାଜ୍ୟ ସାଧାରଣ ସଂପାଦକ ସିଦ୍ଧେଶ୍ୱରୀ ପ୍ରସାଦ ମିଶ୍ର(ବାବି)(୫୦)ଙ୍କର ଆଜି ଅପରାହ୍ନ ସାଢେ ୩ଟା ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି ।

ଏହା ପୂର୍ବରୁ ସେ କିଛି ଦିନ ଅସୁସ୍ଥ ହୋଇ ଚିକିତ୍ସିତ ହେବା ପରେ  ସୁସ୍ଥ ହୋଇଥିଲେ । ଆଜି ସକାଳେ ହଠାତ୍ ସେ ଅସୁସ୍ଥ ଅନୁଭବ କରିବାରୁ ସଙ୍ଗେସଙ୍ଗେ ତାଙ୍କୁ ଭୁବନେଶ୍ୱରର ଘରୋଇ ହସ୍‌ପିଟାଲ୍‌ରେ ଭର୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସେଠାରେ ମୃତ୍ୟୁ ହୋଇଯାଇଛି ।

ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ସହର ସମେତ ଜିଲ୍ଲା ଏବଂ ରାଜ୍ୟ ରାଜନୈତିକ ଦଳ ମଧ୍ୟରେ ଶୋକରଛାୟା ଖେଳିଯାଇଛି । ସିଦ୍ଧେଶ୍ୱରୀ ଜଣେ ସ୍ନେହୀ, ମଳାପି, ବନ୍ଧୁବତ୍ସଳ, ଦକ୍ଷ ସଂଗଠକ ଓ ପରୋପକାରୀ ଯୁବକ ଭାବେ ସମଗ୍ରୀ ଜିଲ୍ଲାରେ ପରିଚିତ ଥିଲେ ।

ସମ୍ବନ୍ଧିତ ଖବର