ଭଦ୍ରକ: ସ୍ଥାନୀୟ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଖେଳ ପଡ଼ିଆ ନିକଟସ୍ଥ ଅଧ୍ୟାପକ ଅମିତ ନାୟକଙ୍କ ସାଧନାସ୍ଥଳୀ ପ୍ରଜ୍ଞାପୀଠରେ ବିଦ୍ୟାର୍ଥୀ ବିକାଶ ମଞ୍ଚ ତରଫରୁ ଏକ ଆଦର୍ଶ ପାଠଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ଅନୁଷ୍ଠାନର ସଭାପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପାଠଚକ୍ରରେ ମାର୍ଗ ଦର୍ଶକ ଥିଲେ ବିଦ୍ୟାର୍ଥୀ ବିକାଶ ମଞ୍ଚର ଅନ୍ୟତମ ଉପଦେଷ୍ଟା ପ୍ରାଧ୍ୟାପକ ଲକ୍ଷ୍ମୀଧର ରାଉତ। ପାଠଚକ୍ରରେ ଆଲୋଚ୍ୟ ପ୍ରସଙ୍ଗ ରହିଥିଲା ବିବେକାନନ୍ଦ ଯୁବମାନସର ଆଦର୍ଶ ହେବା ଉଚିତ୍। ଆଜିର ଛାତ୍ରଛାତ୍ରୀ ତଥା ଯୁବପିଢ଼ି ପାଶ୍ଚ୍ୟାତ ସଭ୍ୟତାକୁ ଅଶେଷ ଭାବେ ଅନୁକରଣ ନକରି ମହାନ ରାଷ୍ଟ୍ର ସନ୍ୟାସୀ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜର ବ୍ୟକ୍ତିତ୍ୱ ନିର୍ମାଣ ଓ ଚରିତ୍ର ଗଠନ ସହିତ ଦେଶ ଗଠନରେ ସହାୟକ ହେବା ଲାଗି ସମସ୍ତଙ୍କୁ ଶ୍ରୀ ରାଉତ ନିବେଦନ ଜଣାଇଛନ୍ତି। ଏହି ପାଠ୍ୟଚକ୍ର ପରେ ଭଦ୍ରକ କଲେଜକୁ ଅବିଳମ୍ବେ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ସ୍ମାରକପତ୍ର ଜରିଆରେ ଦସ୍ତଖତ ସଂଗ୍ରହ ଅଭିଯାନର ସେହି ଠାରେ ଶୁଭାରମ୍ଭ କରାଯାଇଥିଲା ବୋଲି ସଭାପତି ଶ୍ରୀ ବିଶ୍ୱାଳ ଗଣମାଧ୍ୟମକୁ ଜଣାଇଛନ୍ତି।
ଆଜିର ଦସ୍ତଖତ ଅଭିଯାନରେ ସାମିଲ ହୋଇଥିବା ଛାତ୍ର ପ୍ରତିନିଧିମାନେ ହେଲେ ଚନ୍ଦ୍ରମଣି ଜେନା, ଅମିତ କୁମାର ଜେନା, ମୋନାଲିସା ପଣ୍ଡା, ଶୁଭଦର୍ଶନୀ ନାୟକ, ରହେନା ପରୱିନ, ଇପ୍ସିତା ସାହୁ, ପୂର୍ଣ୍ଣିମା ପରିଡ଼ା, ପ୍ରିୟଙ୍କା ସେଠୀ, ପ୍ରିୟଙ୍କା ଦାସ, ଅଳକା ପ୍ରିୟଦର୍ଶନୀ ଦାସ, ପ୍ରିୟଙ୍କା ପ୍ରିୟଦର୍ଶନୀ ଓଝା, ତବସମ ବେଗମ, ସୁଚିସ୍ମିତା ନାୟକ, ସମାପିକା ବାରିକ, ଶୁଶ୍ରୀ ଗାୟତ୍ରୀ ହୋତା, ଅଭିଲିପ୍ସା ପାତ୍ର, ଶୁଭଶ୍ରୀ ମଲ୍ଲିକ, ରଶ୍ମିତା ବଳ, ଲିପ୍ସା ସାହୁ, ଲକ୍ଷ୍ମୀ ମୁର୍ମୁ, ପ୍ରତ୍ୟୁଷ୍ମାରାଣୀ ପଣ୍ଡା, ଦୀପିକା ନାୟକ, ସୁମରନ ସାମଲ, ମୋନାଲିସା ମଲ୍ଲିକ, ମାରି ସୋରେନ, ଶ୍ୱେତାଶ୍ରୀ ପତି ଓ ଅନ୍ୟ ୫୦ରୁ ଉର୍ଦ୍ଧ ଆଦର୍ଶ ଛାତ୍ରଛାତ୍ରୀ ଗଣ। ଭଦ୍ରକ କଲେଜକୁ ତୁରନ୍ତ ବିଶ୍ୱବିଦ୍ୟାଳୟର ମାନ୍ୟ ନ ମିଳିଳେ ଉକ୍ତ ଆନ୍ଦୋଳନକୁ ପଲ୍ଲୀରୁ ଦିଲ୍ଲୀ ଯାଏ ଜୋରଦାର କରିବା ଲାଗି ଆଜିର ଏହି କାର୍ଯ୍ୟକ୍ରମରେ ସ୍ଥିର କରାଯାଇଛି ବୋଲି ଛାତ୍ରଛାତ୍ରୀ ମାନେ ମିଳିତ ଭାବେ ଜଣାଇଛନ୍ତି।