ରାଇରଙ୍ଗପୁର: ଆଜି ଗଣଶିକ୍ଷା ବିଭାଗର ଉପଦେଷ୍ଟା ଶିଶିର ପରିଜାଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟଙ୍କ ସହିତ ସରକାରଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ରାଇରଙ୍ଗପୁର ମହାବିଦ୍ୟାଳୟ, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ, ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟ, ରାଇରଙ୍ଗପୁର ବାଳିକା ଉଚ୍ଚ ବିଦ୍ୟାଳୟ, ପୁରୁଣାଘାଟି ଉପ୍ରା ବିଦ୍ୟାଳୟ, ଜୁଡିଆ ହାଇସ୍କୁଲ ଓ ଉପ୍ରା ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେହିପରି ଝରାଡ଼ିହି ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ମୃତି ରଞ୍ଜନ ପାଣିଙ୍କୁ ସମସ୍ତ ଛାତ୍ର ଛାତ୍ରୀ ଯେପରି ସରକାରଙ୍କ ମେଧା ବୃତ୍ତି ଯୋଜନାରୁ ବଞ୍ଚିତ ନ ରହିବେ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ଶ୍ରୀ ପରିଜା ନିର୍ଦ୍ଦେଶ ଦେଇଥିଲେ।
ଏଥିରେ ବିଦ୍ୟାଳୟର ଆଲୁମିନି ସଭାପତି ତଥା ବରିଷ୍ଠ ଶିକ୍ଷାବିତ ଚିତ୍ତ ରଞ୍ଜନ ମଣ୍ଡଳ, ରାଇରଙ୍ଗପୁର ୪୬ ନଂ ଜିଲ୍ଲା ପରିଷଦ ସଭ୍ୟ ସଚିଦାନନ୍ଦ ମହାନ୍ତ, ବହଳଦା ଜିଲ୍ଲା ପରିଷଦ ଭଗବତୀ ମିଶ୍ର, ଝରାଡ଼ିହି ସରପଞ୍ଚ ରଞ୍ଜିତା ନାଏକ, ସମାଜସେବୀ ବିକାଶ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ। ତତ୍ ସହିତ ବିଦ୍ୟାଳୟର ଶ୍ରେଣୀ ଗୃହରେ ବିଭିନ୍ନ ବିଷୟରେ ଛାତ୍ର ଛାତ୍ରୀମାନଙ୍କ ସହ ପ୍ରତ୍ୟେକ୍ଷ ଆଲୋଚନା କରିବା ସହିତ ଆସେମ୍ବେଲି କ୍ଲାସରେ ପିଲାମାଙ୍କର ଜନ୍ମଦିନ ପାଳନ ଉତ୍ସବରେ ସାମିଲ ହୋଇଥିଲେ। ବିଦ୍ୟାଳୟର ଏହି କାର୍ଯ୍ୟକୁ ଡ଼ି.ଏସ.ଏସ ଶ୍ରୀ ଆଚାର୍ଯ୍ୟ ପ୍ରଶଂସା କରିଥିଲେ। ଶିକ୍ଷକ ମାନେ ବିଦ୍ୟାଳୟର ଶିକ୍ଷକ ଓ କିରାଣୀର ଆବଶ୍ୟକତା ରହିଛି ବୋଲି ଉପଦେଷ୍ଟା ଶ୍ରୀ ପରିଜାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିରେ ଝରାଡ଼ିହିର ସମାଜସେବୀ କମଳା ମିଶ୍ର, ଲାଲମୋହନ ବାରିକ, ସିଙ୍ଗରାଇ ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ହଷ୍ଟେଲର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।