ରାଉରକେଲା: ଇସ୍ପାତ ସହରରେ ସ୍ପର୍ଶକାତର ଘଟଣା ଘଟିଛି। ରାତିରେ ଶୋଇଥିବାବେଳେ ଛୋଟ ଭଉଣୀକୁ ଅସଦାଚରଣ କରିଛି ନିଜ ବଡ଼ଭାଇ(୨୪)। ଏନେଇ ଉଦିତନଗର ପୁଲିସ ଥାନାରେ ଏତଲା ହୋଇଥିଲା। ପୁଲିସ ଅଭିଯୁକ୍ତକୁ ଅଟକ ରଖିଥିବାବେଳେ ଆସନ୍ତାକାଲି କୋର୍ଟଚାଲାଣ କରିବ। ପୁଲିସ୍ ସୂଚନା ଅନୁସାରେ, ମାଲଗୋଦାମ ଅଞ୍ଚଳରେ ପୀଡ଼ିତା(୨୨) ସପରିବାର ବାସ କରନ୍ତି। ସୋମବାର/ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ଦେଢ଼ଟା। ପୀଡ଼ିତା ନିଜ ରୁମ୍ରେ ଏକୁଟିଆ ଶୋଇଥିଲେ। ଏତିକିବେଳେ ପାଖ ରୁମ୍ରେ ଶୋଇଥିବା ବଡ଼ଭାଇ ସେଠାରେ ପହଞ୍ଚି ଅସଦାଚରଣ କରିଥିଲା। ଏନେଇ ପୀଡ଼ିତା ପ୍ରତିବାଦ କରିବାରୁ ଅଭିଯୁକ୍ତ ଓଲଟା ଧମକଚମକ ଦେଇଥିଲା। ତେବେ ପୀଡ଼ିତା ଆଜି ପୂର୍ବାହ୍ନରେ ଉଦିତନଗର ପୁଲିସ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିବାପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।
ନିଜ ଭଉଣୀକୁ ବଡ଼ଭାଇର ଅସଦାଚରଣ; ଅଭିଯୁକ୍ତ ଅଟକ
/sambad/media/post_attachments/wp-content/uploads/2022/09/attack1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)