“ଶିଶୁ ସମ୍ପର୍କ ଯାତ୍ରା” ଆରମ୍ଭ: ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ-ଶିଶୁ ମଙ୍ଗଳ ଅଧ୍ୟକ୍ଷା

ଜୟପୁର: ଜୟପୁର ବ୍ଲକର ଗଡ଼ପଦର ପଂଚାୟତରୁ ଆଜି ଠାରୁ ଆରମ୍ଭ ହୋଇଛି  “ଶିଶୁ ସମ୍ପର୍କ ଯାତ୍ରା” । ଏହି କାର୍ଯ୍ୟକ୍ରମକୁ ଶିଶୁ ମଙ୍ଗଳ ସମିତି, କୋରାପୁଟ ଓ ଚାଇଲଡ଼୍ ପଣ୍ଡ ଇଣ୍ଡିଆ  ମିଳିତ ଅନୁକୂଲ୍ୟରେ କରାଯାଉଛି।  ଏଥିରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଡ.ଗାୟତ୍ରୀ ଦେବୀ ଯୋଗ ଦେଇ ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ ବୋଲି କହିବା ସହ ଶିଶୁ ଅଧିକାର, ଶିଶୁ ମାନଙ୍କ ପାଇଁ ରହିଥିବା ଆଇନ ଓ ସରକାରୀ ନିୟମ , ସହଯୋଗ ସଂପର୍କରେ ଆଲୋକପାତ କରିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମିତିର ସଭ୍ୟ ଧର୍ମେନ୍ଦ୍ର ଜେନା, ସରପଂଚ, ସମିତିସଭ୍ୟ, ପିଇଓ  ,ଚାଇଲଡ୍ ଇଣ୍ଡିଆର ସଚ୍ଚିଦା ମହାନ୍ତି, ପୁର୍ଣ୍ଣିମା ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ସମସ୍ତେ ମିଶି ମାନବଶୃଙ୍ଖଳ ମାଧ୍ୟମ ରେ ଶିଶୁ ର ସୁରକ୍ଷା ଯୋଗାଇବା ପାଇଁ ଶପଥ ପାଠ କରିଥିଲେ।  ଗ୍ରାମ,  ପଂଚାୟତ ଓ ବ୍ଲକ ସ୍ତର ଶିଶୁ ସୁରକ୍ଷା ସମିତି ଗୁଡିକକୁ ସୁଦୃଢ଼ କରି ଶିଶୁମାନଙ୍କର ଅଧିକାର କେମିତି ଶିଶୁ ମାନଙ୍କ ପାଖରେ ପହଞ୍ଚାଇ ପାରିବା ହେଉଛି  ଏହି କାର୍ଯ୍ୟକ୍ରମ ର ମୂଳ ଉଦେଶ୍ୟ। ଆଗାମୀ ଦିନରେ  ଜୟପୁର, କୋରାପୁଟ ଓ ଲମତାପୁଟ  ବ୍ଲକର ବିଭିନ୍ନ ପଂଚାୟତରେ ଫେବୃଆରୀ ଶେଷ ସପ୍ତାହ ସୁଦ୍ଧା ଏହି ପରି କାର୍ଯ୍ୟକ୍ରମ କରାଯାଇ ଜନସଚେତନତା ସୃଷ୍ଟି କରାଯିବ ବୋଲି କହିଛନ୍ତି ସମିତିର ଅଧ୍ୟକ୍ଷା।

ସମ୍ବନ୍ଧିତ ଖବର