ବଲାଙ୍ଗୀର: ବଲାଙ୍ଗୀର ସହରର ବିଭିନ୍ନ ପଡ଼ାରେ ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚନ୍ଦ୍ରଶେଖର ମହାଦେବଙ୍କ ବିବାହ ଉତ୍ସବ ପାଇଁ ରାଧାରାଣୀ ପଡ଼ା   କନ୍ୟାପକ୍ଷ ହୋଇଥିବାରୁ ବିଭିନ୍ନ ଆୟୋଜନ ଚାଲିଛି। ଶାନ୍ତିପଡା ଚନ୍ଦ୍ରଶେଖର ବାବାଙ୍କ ମନ୍ଦିରରୁ ଚନ୍ଦ୍ରଶେଖର ବାବା ତାଙ୍କର କଳ୍ପିତ ପିତାମାତା ଘର କଂସାରିପଡ଼ାକୁ ଯାଇଥିବା ବେଳେ ମାତା ପାର୍ବତୀ ତାଙ୍କ କଳ୍ପିତ ପିତାମାତା ପ୍ରଦୀପ କୁଅଁର ଓ ସସ୍ମିତା କୁଅଁରଙ୍କ ରାଧାରାଣୀ ପଡ଼ାକୁ  ଯାଇଛନ୍ତି। ପରବର୍ତୀ ଦିନଗୁଡ଼ିକରେ ଲୌକିକ ରୀତିନୀତିରେ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ ହେବ। ଦେବଦମ୍ପତିଙ୍କ ପିତୃଗୃହ ଆଗମନ ପରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।

Advertisment

କନ୍ୟାପକ୍ଷ ତରଫରୁ ଝିଅ ବିବାହ ପାଇଁ ସବୁ ରକମର ପ୍ରସ୍ତୁତି ସରିଛି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହ ଲୁଗାପଟା, ଅଳଙ୍କାର ଆସିଛି। ନିମନ୍ତ୍ରିତ ଅତିଥି ଓ ପରିବାର ବର୍ଗ ସମସ୍ତଙ୍କ ଉପସ୍ଥିତିରେ ସୃଷ୍ଟି ହୋଇଛି କନ୍ୟାପକ୍ଷର ବିବାହ ମାହୋଲ। ଭକ୍ତିମୟ ପରିବେଶରେ ଆଜି ଅନୁଷ୍ଠିତ ହେଉଛି ସୁନ୍ଦରାକାଣ୍ଡ ପାରାୟଣ। ବିଭୂତିଭୂଷଣ ମିଶ୍ର ପାରାୟଣ ଗାନ କରୁଛନ୍ତି। ସହର ଭିତରେ ଥିବା ବିଭିନ୍ନ ଶୀତଳଷଷ୍ଠୀ ଯାତ୍ରା କମିଟି ଦ୍ୱାରା ଦେବଦମ୍ପତିଙ୍କୁ ନିଜ ନିଜ ପିତୃଘରକୁ ଅଣାଯାଇଛି।