ଜୟପୁର ଅଷ୍ଟଶମ୍ଭୁକ୍ଷେତ୍ରରେ ଶିବ ବିବାହ ଓ ଶୀତଳ ଷଷ୍ଠୀ ମହୋତ୍ସବ

ଜୟପୁର: ଜୟପୁର ରାଜୁ ସାହି ପଞ୍ଚାନନ ଶୈବପୀଠ, ଅଷ୍ଟଶମ୍ଭୁକ୍ଷେତ୍ରରେ ଶିବ ବିବାହ ଓ ଶୀତଳ ଷଷ୍ଠୀ ଉତ୍ସବ ଆଜି ଅନୁଷ୍ଠିତ ହୋଇଛି । ମନ୍ଦିରର ପରମ୍ପରା ଅନୁସାରେ ପ୍ରଥମେ ମଙ୍ଗଳନ ଓ ପଞ୍ଚଦେବତା ପୁଜା କରିବା ପରେ ଗୋଧୁଳି ଲଗ୍ନ ରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଏଥିରେ ବରପିତା ଭାବେ ଶ୍ରୀକାନ୍ତ ପାତ୍ର ଓ ବରମାତା ଭାବେ ଜିନିଆ ରାଣୀ ମହାକୁଡ, କନ୍ୟାପିତା ଭାବେ ଅଜୟ କୁମାର ମିଶ୍ର ଓ କନ୍ୟା ମାତା ଭାବେ ମଞ୍ଜୁ ରାଣି ଦାସ ଉପସ୍ଥିତ ରହି ବିବାହ ସମ୍ପନ୍ନ କରିଥିଲେ । ପ୍ରଥମେ ଶିବଙ୍କୁ ବାବା ବୈଦନାଥ ମନ୍ଦିରରୁ ବିରାଟ ପଟୁଆରରେ ବରଯାତ୍ରି ଶୋଭାଯାତ୍ରା ରେ ବାହାର କରି କୁଞ୍ଜବିହାରି ମନ୍ଦିର କୁ ନିଆଯାଇଥିଲା । ସେଠାରୁ ମନ୍ଦିରକୁ ନିଆଯାଇ ସେଠାରେ ଶିବଙ୍କ ବାଟ ବରଣ କରାଯାଇଥିଲା । ପଞ୍ଚାନନ ଶୈବପୀଠ ରେ ଗତକାଲି ମଙ୍ଗଳକୃତ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଶିବ ବିବାହ ଓ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟ ରୁଦ୍ରାଭିଷେକ ଅନୁଷ୍ଠିତ ହୋଇଥିଲା ।  ଶୀତଳଷଷ୍ଠୀ ଓ ବିଶ୍ୱଶାନ୍ତି, ଘୃତଯଜ୍ଞ ପ୍ରସାଦ ସେବନର ବ୍ୟବସ୍ଥା ସହ ସଂନ୍ଧ୍ୟା ସମୟରେ ପଞ୍ଚାନନ ମନ୍ଦିରଠାରୁ ହଟକେଶ୍ୱର ମନ୍ଦିର ପଯ୍ୟନ୍ତ ଉମା ମହେଶ୍ୱରଙ୍କର ନଗର ପରିକ୍ରମା କରାଯିବା

ନେଇ କାଯ୍ୟକ୍ରମ ସ୍ଥିର କରାଯାଇଥିବା ନେଇ କମିଟି ସୁଚନା ଦେଇଛି । ଏହି କାଯ୍ୟକ୍ରମରେ ପୁଜା କମିଟିର ସଦସ୍ୟ ଙ୍କ ସହ ମନ୍ଦିରର ମୁଖ୍ୟ ପୁଜକ ହରି ତ୍ରିପାଠି ଙ୍କ ସହ କମିଟିର  ସଂପାଦକ ନବ କୃଷ୍ଣ ରଥ, ସଭାପତି ଭାରତ ପଟ୍ଟନାୟକ, ଜଗନ୍ନାଥ ମିଶ୍ର, ଖଗପତି ଗୌଡ଼, ଶ୍ୟାମଳ ପଟ୍ଟନାୟକ, ପରମେଶ୍ବର ପାତ୍ର ଉପସ୍ଥିତ ରହି ସହଯୋଗକରିଥିଲେ । ସେହିପରି ଭାବେ ସହରର ପୁରୁଣାଗଡ ସ୍ଥିତ ନିଳକଣ୍ଠେଶ୍ୱର ମନ୍ଦିର,ମହାତ୍ମାଗାନ୍ଧି ରୋଡ ସ୍ଥିତ ହଟକେଶ୍ୱର ମନ୍ଦିର, ବାରିଣୀପୁଟସ୍ଥ ଶକ୍ତିଶ୍ବର ମନ୍ଦିରରେ ମଧ୍ୟ ଶିବ ବିବାହ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ମାନଙ୍କରେ ବିବାହ ସମୟରେ ଶ୍ରଦ୍ଧାଳୁ ଭକ୍ତ ମାନେ ଅଂଶ ଗ୍ରହଣ କରିଥିଲେ। ଆଜି ରାଜୁସାହି ପଂଚାନନ ମନ୍ଦିରରେ ୫ହଜାର ଶ୍ରଦ୍ଧାଳୁ ଭକ୍ତ ପ୍ରସାଦ ସେବନ କରିଥିଲେ।

 

ସମ୍ବନ୍ଧିତ ଖବର