ସମ୍ବଲପୁର: ସଂସ୍କୃତିର ସହର ସମ୍ବଲପୁରରେ ଶୀତଳଷଷ୍ଠୀର ଉଷ୍ମତା ଦିନକୁ ଦିନ ବଢ଼ି ଚାଲିଥିଲାବେଳେ ସର୍ବପୁରାତନ ଯାତ୍ରା କମିଟି ନନ୍ଦପଡ଼ାର ବାଲୁଙ୍କେଶ୍ୱର ବାବାଙ୍କ ବିବାହ ପାଇଁ ନୃସି˚ହ ନିଉତା ବା ଦେବ ନିମନ୍ତ୍ରଣ ଶୋଭାଯାତ୍ରା ରବିବାର ରାତିରେ ଅନୁଷ୍ଠିତ ହୋଇଯାଇଛି। ବାଲୁଙ୍କେଶ୍ୱର ବାବା ଏବ˚ ଜଗତଜନନୀ ପାର୍ବତୀଙ୍କ ବିବାହରେ ସାମିଲ ହେବା ପାଇଁ ପ୍ରଭୁ ନୃସି˚ହ ତେତିଶି କୋଟି ଦେବାଦେବୀଙ୍କୁ ନିମନ୍ତ୍ରଣ କରିଛନ୍ତି। ମନ୍ଦିରରେ ଆଳତି ଓ ପୂଜାର୍ଚ୍ଚନା ପରେ ରବିବାର ରାତି ପ୍ରାୟ ୯ଟାରେ ରଥାରୁଢ଼ ନୃସି˚ହ ମହାପ୍ରଭୁ ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ ପାଇଁ ବାହାରିଥିଲେ। ନନ୍ଦପଡ଼ା ଛକରୁ ଏକ ଶୋଭାଯାତ୍ରାରେ ବାହାରି ନୃସି˚ହ ଭଗବାନ ନନ୍ଦପଡ଼ା, ହାଟପଡ଼ା, ମାରଵାଡ଼ିପଡ଼ା, ଦଲେଇପଡ଼ା, ମୁନ୍‌ସିପାଲ୍‌ଟି ଛକ, ଶକ୍ତିସଂଘ ଛକ, ବୈଦ୍ୟନାଥ ଛକ, କଂସାରୀପଡ଼ା, ମହାନ୍ତିପଡ଼ା, ଦଧିବାମନ ଗଳି ଦେଇ ପ୍ରତ୍ୟାବର୍ତ୍ତନ କରିଥିଲେ। ପ୍ରଭୁ ନୃସି˚ହ ପ୍ରଥମେ ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ଥିବା ପଞ୍ଚବକ୍ତ୍ର, ଦୁର୍ଗା, ଭୈରବଙ୍କୁ ନିମନ୍ତ୍ରଣ କରି ବାହାରିବା ପରେ ବ୍ରହ୍ମପୁରା, ବାରିହା, କ˚ସଲେଇ, ସତ୍ୟବାଦୀ, ମଦନମୋହନ, ଲିଆଖାଇ, ବାଟମଙ୍ଗଳା, ଗୁପ୍ତେଶ୍ବର, ରାମ, ହନୁମାନ, ରାଧାକୃଷ୍ଣ, ଭୁବନେଶ୍ବରୀ, ଦୁର୍ଗା, ଦଧିବାମନ ଆଦି ମନ୍ଦିରକୁ ଯାଇ ଦେବାଦେବୀମାନଙ୍କୁ ନିଉତା ଦେଇଥିଲେ।

Advertisment

ପରମ୍ପରା ଅନୁସାରେ ନିଉତାରେ ଗୁଆ, ମିଠେଇ, ନଡ଼ିଆ, ହଳଦିଆ କପଡ଼ା ଆଦି ପ୍ରଦାନ କରିଥିଲେ। ସୋମବାର ସକାଳେ ଭଗବାନ ନୃସି˚ହଙ୍କ ପ୍ରତିନିଧିଭାବେ ପଡ଼ାବାସୀ ଯାଇ ମା’ ସମଲେଶ୍ବରୀ, ପାଟଣେଶ୍ବରୀ, ସୋମନାଥ, ଜଗନ୍ନାଥ ଓ ଦୁର୍ଗାପାଲିର ଦୁର୍ଗା ମନ୍ଦିରରେ ନିଉତା ଦେବେ।

ନୃସି˚ହ ନିଉତା ଶୋଭାଯାତ୍ରାରେ ଘଣ୍ଟ, ଶଂଖ, ଦୁଲଦୁଲି ବାଜା, ଧମାଲ ବାଜା, ଶବର ନୃତ୍ୟ ଦଳ ସାମିଲ ହୋଇଥିଲେ। ରଥାରୁଢ଼ ନୃସି˚ହଙ୍କ ପଛରେ ଶୋଭା ପାଉଥିବା କାରୁକାର୍ଯ୍ୟପୂର୍ଣ ବିଶାଳ ପରଭା ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା। ସନତ ନନ୍ଦ, ଅରୁଣକାନ୍ତି ମିଶ୍ର, ଅବିନାଶ ମିଶ୍ର ପ୍ରମୁଖ ପ୍ରଭୁ ନୃସିଂହଙ୍କ ବେଶ କରିଥିଲେ। ଶୋଭାଯାତ୍ରାରେ ବରପିତା ରାମ ଚରଣ ମିଶ୍ର, ପଣ୍ତିତ ଶଶାଙ୍କ ମିଶ୍ର, ଯାତ୍ରା କମିଟି ସଭାପତି ପ୍ରଶାନ୍ତ ବରେଇ, ଅମୂଲ୍ୟ ମିଶ୍ର, ବେଣୁଧର ଦାଶ, ନିଗମାନନ୍ଦ ମିଶ୍ର, ଫଣିଭୂଷଣ ମିଶ୍ର, ଆଶିଷ ବାବୁ, ଭବାନୀ ମିଶ୍ର, ବିଷ୍ଣୁ ପ୍ରସାଦ ପାଢ଼ୀ, ଜିତେନ୍ଦ୍ର ନନ୍ଦ, ଭୁବନ ମୋହନ ମିଶ୍ର, ପ୍ରଶାନ୍ତ ଦାଶ, ଶିବ ମିଶ୍ର, ଗୋଲକବିହାରୀ ମିଶ୍ର, ବାଳଗୋପାଳ ନନ୍ଦ, ଲାଲଗୋପାଳ ନନ୍ଦ, ଧବଳେଶ୍ବର ହୋତା, ମନୋଜ ମହାପାତ୍ର, ପ୍ରଭୁଦତ୍ତ ପଣ୍ଡା, ମାନସ ରଥ, ରାହୁଲ ବାବୁ, ଶୁଭମ ମିଶ୍ର, ବିରାଜ ମିଶ୍ର, ସୁଶ୍ରିତ ମିଶ୍ର, ରାଜୀବ ମାଝି, ସନ୍ତୋଷ ମିଶ୍ର, ବିକାଶ ମିଶ୍ର, ବିଭୂତି ମିଶ୍ର, ଆଭାଶିଷ ମିଶ୍ର, ଗୋପାଳ ପୃଷେଠ୍‌ଙ୍କ ସମେତ ବହୁ ସଂଖ୍ୟାରେ ପଡ଼ାବାସୀ ସାମିଲ ହୋଇଥିଲେ।