ପୁରୀ: ପିପିଲି ଉପନିର୍ବାଚନ ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ଟିମ ପକ୍ଷରୁ ପାଟ୍ରୋଲିଂ ଚାଲିଥିବାବେଳେ ଛଅ ଜଣିଆ ଡ଼କାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବଳଙ୍ଗା ଥାନା ପୁଲିସ। ଗିରଫ ଅଭିଯୁକ୍ତଙ୍କ ପାଖରୁ ବିଭିନ୍ନ ମାରଣାସ୍ତ୍ର ମଧ୍ୟ ଜବତ କରିଛି ପୁଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ରାମଚଣ୍ଡୀ ଅଞ୍ଚଳର ଦୀପକ ସାହୁ, କାକଟପୁରର ଏସ୍କେ ନାସିର୍, ପିପିଲିର ପ୍ରତାପ ବେହେରା, ସତ୍ୟ ରଞ୍ଜନ ଭୋଇ, ସନ୍ଦୀପ ପ୍ରଧାନ, ସତ୍ୟବାଦୀର ରଞ୍ଜନ ପ୍ରଧାନ। ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ବାଙ୍କନାଥ ମନ୍ଦିରରୁ ଉପରୋକ୍ତ ଅଭିଯୁକ୍ତମାନେ ଅଳଙ୍କାର ଲୁଟ୍ ନେଇ ଯୋଜନା କରୁଥିବାବେଳେ ବିଷେଶସୂତ୍ରରୁ ଖବର ପାଇ ପୁଲିସ ସେମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲା। ସେମାନେ ପୁଲିସ ଉପରକୁ ଆକ୍ରମଣ କରି ଖସିଯିବାକୁ ଉଦ୍ୟମ କରିଥିଲେ। ତେବେ ଘଟଣାସ୍ଥଳରେ ମୋଟ ୮ ଜଣ ଅପରାଧୀ ଥିବାବେଳେ ୬ ଜଣଙ୍କୁ ଗିରଫ କରିଛି ପୁଲିସ। ପିପିଲି ଉପନିର୍ବାଚନ କିଭଳି ଅପରାଧ ଓ ଭୟମୁକ୍ତ ହେବ ସେ ନେଇ ଅପରାଧିଙ୍କୁ ଧରିବା ପାଇଁ ସ୍ପେଶାଲ ଡ୍ରାଇଭ ଚାଲିଥିବା ପୁରୀ ଏସ୍ପି କେ ବିଶାଳ ସିଂହ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/IMG-20210401-WA0033.jpg)