ଦେବଗଡ଼: ଦେବଗଡ ପୌରାଞ୍ଚଳ ରଙ୍ଗିଆଗୁଡା ସାହିରେ ରହୁଥିବା ଜଣେ ଆଇନଜୀବୀଙ୍କ ଘରୁ ଅଳଙ୍କାର, ନଗଦ ଟଙ୍କା ଓ ଅନ୍ୟାନ୍ୟ ଜିନିଷ ଚୋରି ଘଟଣାରେ ପୁଲିସ ୬ ଜଣଙ୍କୁ ମଙ୍ଗଳବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରଙ୍ଗିଆଗୁଡ଼ାର ସୁବାସ ବେହେରା, ଖପରସାହିର ଅରବିନ୍ଦ ଭୁକ୍ତା, ହାତିଶାଳ ସାହିର ଓମ ପାତ୍ର, ପିଙ୍କୁ ପାତ୍ର ଓ ରାକେଶ ମେହେର ଏବଂ ବଣିଆଁସାହିର ମନମୋହନ ସାହୁ। ସେମାନଙ୍କ ନିକଟରୁ ଚୋରି ହୋଇଥିବା ୨୧୬ ଗ୍ରାମ ସୁନା ଓ ୮୦ ଗ୍ରାମ ରୁପା ମଧ୍ୟ ଉଦ୍ଧାର କରାଯାଇଛି। ଏହା ସହିତ ଚୋରି ସୁନା ଅଳଙ୍କାରକୁ ବ୍ୟବସାୟୀ ମନମୋହନ ସାହୁ ୮୦୦୦ ହଜାର କିଣିଥିବା ବେଳେ ଅଭିଯୁକ୍ତମାନଙ୍କଠାରୁ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି।
/sambad/media/post_attachments/wp-content/uploads/2021/10/cee9cf0c-3b20-47ef-a834-ad5fabb16efd-1024x340.jpg)
ଦେବଗଡ଼ ଆଦର୍ଶ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ରାଜକିଶୋର ପାଇକରାୟ ସୂଚନା ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ପ୍ରତ୍ୟୁଷ ମହାପାତ୍ର, ଦେବଗଡ଼ ଥାନା ଆଇଆଇସି ସୁରେନ୍ଦ୍ର ନାୟକ, ଏସ୍ଆଇ ବୁଦ୍ଧାରାୟ ମାଝୀ ଉପସ୍ଥିତ ଥିଲେ। ପୁଲିସ ସୂଚନା ଅନୁଯାୟୀ, ପୌରାଞ୍ଚଳ ରଙ୍ଗିଆଗୁଡ଼ା ସାହିରେ କିଶୋର ଚନ୍ଦ୍ର ନନ୍ଦ ତାଙ୍କ ପରିବାର ସହିତ ରୁହନ୍ତି। ୧୦ ତାରିଖ ଦିନ ଶ୍ରୀ ନନ୍ଦ ଓ ତାଙ୍କର ପତ୍ନୀ ସମ୍ବଲପୁର ଜିଲ୍ଲାର ରେଢାଖୋଲରେ ରହୁଥିବା ତାଙ୍କର ଝିଆରୀ ଘରକୁ ଯାଇଥିଲେ। ସେମାନେ ୧୨ ତାରିଖ ଦିନ ଘରକୁ ଫେରିଥିଲେ। ଫେରିବା ଦିନ ସେମାନେ ଦେଖିଥିଲେ ଯେ ତାଙ୍କର ଘର ତାଲାକୁ ଦୁର୍ବୃତ୍ତମାନେ ତାଡ଼ି ଲୁହା ଆଲମାରି ଭାଙ୍ଗି ସେଥିରେ ଥିବା ଅଳଙ୍କାର, ନଗଦ ଟଙ୍କା ଓ ଅନ୍ୟାନ୍ୟ ଜିନିଷ ଚୋରି କରି ନେଇଛନ୍ତି। ଏନେଇ ସେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରରେ ଦେବଗଡ଼ ଥାନା ପୁଲିସ ମାମଲା ରୁଜୁ କରି ଏସ୍ଡିପିଓ ଶ୍ରୀ ମହାପାତ୍ରଙ୍କ ନେତୃତ୍ବରେ ପୁଲିସର ସ୍ପେସାଲ ସ୍କାଡ୍ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/d0afffd6-85f9-4aeb-bbdc-355582bf2578.jpg)