ଅବକାରୀ ଧରପଗଡ଼, ୬ ଗିରଫ

ଛତ୍ରପୁର: ଗଞ୍ଜାମ ଅବକାରୀ ବିଭାଗ ପକ୍ଷରୁ ଆଜି ଗଞ୍ଜାମ ବ୍ଲକ୍ ପୁଇଁତଳା, ଦାମୋଦରପୁର, ନୋଳିଆନୂଆଗାଁ ଛକ ଏବଂ ଗଞ୍ଜାମ ସହରର ଡାମଣାସାହି ଓ ମେଡିକାଲ ଛକ ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ୧୪୨ ଲିଟର ଦେଶୀ ମଦ, ୩୩.୭୦୦ ଲିଟର ବିଦେଶୀ ମଦ ଏବଂ ୭୨ ଲିଟର ବିୟର୍ ଜବତ ସହ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ସୀମା‌ଞ୍ଚଳ ସାହୁ, ପ୍ରଫୁଲ୍ଲ କୁମାର ବେହେରା, ପପି ଗୌଡ଼, ପି.ଗୌତମ ପ୍ରଧାନ, ଅଜୟ ନାୟକ ଓ ରାଜେଶ କୁମାର ଦାସ। ଗଞ୍ଜାମ ଅତିରିକ୍ତ ତହସିଲଦାରଙ୍କ ନେତୃତ୍ବରେ ମଲ୍‌ଟି ଡିସିପ୍ଲିନାରି ସ୍କ୍ବାଡ଼୍ ଚଢ଼ଉ କରିଥିବା ନେଇ ଗଞ୍ଜାମ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର କୁମାର ଭତ୍ରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର