ଅଡ଼ବା: ଗଜପତି ଜିଲ୍ଲା ମୋହନା ବ୍ଲକ୍ର ଦୁର୍ଗମ ଗୋଡ଼ଜୁଳି ପଞ୍ଚାୟତର ପଣସଡ଼ିହ ଓ ବେତଗଣ୍ଡା ଗ୍ରାମବାସୀଙ୍କ ଜୀବନଜୀବିକା ମଝିରେ ପ୍ରତିବନ୍ଧକ ସାଜିଛି ସାପୁଆ ନାଳ। ବର୍ଷାଦିନ ଆସିବା ମାତ୍ରେ ପଣସଡିହ, ବେତଗଣ୍ଡା, ବ୍ରାହ୍ମଣଦେଇପଦା, ପୁରୁଣାପାଣି ଓ ବାଲିପଙ୍କ ଗାଁ ସମ୍ପୂର୍ଣ୍ଣ ଭାବେ ପଞ୍ଚାୟତରୁ ବିଚ୍ଛିନ୍ନ ହୋଇଯାଉଛି। ପଞ୍ଚାୟତକୁ ଆସିବାକୁ ହେଲେ ଏସବୁ ଗ୍ରାମବାସୀଙ୍କୁ ନାଳ ପାର ହେବାକୁ ପଡ଼ୁଛି।
ନାଳ ପାର ହେବା ସମୟରେ ବୁଡ଼ାଦିହ ଗାଁର ମା’ ଓ ଝିଅ, ବ୍ରାହ୍ମଣଦେଇପଦାର ୨ ଜଣ, ବାଲିପଙ୍କର ଜଣେ ଓ ରାଜବସାର ଜଣେ ଏଭଳି ୬ ଜଣ ଭାସି ଯାଇଛନ୍ତି। ସାପୁଆ ନାଳ ଉପରେ ପୋଲଟିଏ ନିର୍ମାଣ ପାଇଁ ପଞ୍ଚାୟତବାସୀ ୨୦୧୮-୧୯ ଆର୍ଥିକ ବର୍ଷରେ ଗଜପତି ଜିଲ୍ଲାପାଳ, ସ୍ଥାନୀୟ ବିଧାୟକ ବ୍ରହ୍ମପୁର ସାଂସଦ ଓ ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀଙ୍କୁ ଗୁହାରି କରିଥିଲେ। ହେଲେ ଜଣେ ବି ଏଥିପ୍ରତି କର୍ଣ୍ଣପାତ କରିନାହାନ୍ତି।/sambad/media/post_attachments/wp-content/uploads/2021/09/IMG-20210924-WA0001-1-1024x461.jpg)
ପୁରୁଣାପାଣି ଠାରେ ମିଶୁଥିବା ପାଞ୍ଚଟି ନାଳର ପାଣି ସାପୁଆ ନାଳରେ ମିଶୁଥିବା ବେଳେ ପୁରୁଣାପାଣି ଠାରୁ ପଣସଡିହକୁ ଯାତାୟାତ ପାଇଁ ପୋଲଟିଏ ନିର୍ମାଣ ପାଇଁ ଦାବିପତ୍ର ଦିଆଯାଇଥିଲା। ପଞ୍ଚାୟତଟି ଦୁର୍ଗମ ଅଂଚଳ ହୋଇଥିବରୁ ବର୍ଷାଦିନ ଆସିଲେ ସ୍ୱାସ୍ଥ୍ୟ, ଶିକ୍ଷା ଭଳି ସୁବିଧା ଠପ୍ ହୋଇଯାଉଛି। ରୋଗୀ କିମ୍ବା ପ୍ରସୂତିଙ୍କୁ ଡାକ୍ତରଖାନା ନେବା କାଠିକର ହୋଇଯାଉଛି। କାହାର ଦେହ ଖରାପ ହେଲେ ନାଳରେ ପାଣି କମିବା କର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି। ନଚେତ ଭାଗ୍ୟକୁ ଆଦରି ଜୀବନ ସହ ସଂଗ୍ରାମ କରିବାକୁ ପଡ଼ୁଥିବା ଗ୍ରାମବାସୀ କହିଛନ୍ତି। ପୁରୁଣାପାଣି ଠାରୁ ପଣସଡିହ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରିବାକୁ ସରପଞ୍ଚ ସୁଭାସିନୀ ମାଝୀ, ସମିତିସଭ୍ୟା ଲତା ମାଝି, ନୟନ ମାଝୀ, ଟେରେସା ମାଝୀ, ନମିତା ମାଝୀ, ସୁରତି ମାଝୀ, ଭାଗ୍ୟବତୀ ମାଝୀ, ସୁନିତା ମାଝୀ, ସୁରତି ମାଝୀ, ଜେନିସ ରଇତ, ଲିଲି ମାଝି, ପିଇବ ରଇତ, ପ୍ରୟମନି ମଣ୍ଡଳ, ଜଇନି ମଣ୍ଡଳ, ରିବିକା ରଇତ ଓ ରାଏଲ ଶବର ପ୍ରମୁଖ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/b6302a9a-b2d2-453c-8aa9-64222d885b50.jpg)