ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା ମାମଲା: ୬ ଜଣଙ୍କୁ ଆଜୀବନ କାରାଦଣ୍ଡ, ୩ ବର୍ଷ ଜେଲରେ ରହିବେ ଜଣେ ମହିଳା

କେନ୍ଦୁଝର: ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା ମାମଲାର ବିଚାର କରି ଚମ୍ପୁଆ ଏଡିଜେ କୋର୍ଟ ଗୁରୁବାର ୬ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ସେହିପରି କୋର୍ଟ ଜଣେ ମହିଳାଙ୍କୁ ୩ ବର୍ଷ ପାଇଁ ଜେଲ ଦଣ୍ଡ ଶୁଣାଇଥିବା ବେଳେ ପ୍ରମାଣ ପତ୍ର ଅଭାବରୁ ୨ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ମାମଲାରେ ସାକ୍ଷ୍ୟମାନଙ୍କ ବୟାନକୁ ଭିତ୍ତି କରି କୋର୍ଟ ଆଜୀବନ ଦଣ୍ଡାଦେଶ ପାଇଥିବା ବ୍ୟକ୍ତିମାନଙ୍କୁ ୧୦-୧୦ ହଜାର ଟଙ୍କା ଜରିମାନା ଦେବା ପାଇଁ ଆଦେଶ ଦେଇଛନ୍ତି।

କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଲହଣ୍ଡା ଠାରେ ୨୦୧୫ ଜୁଲାଇ ୧୩ରେ ହୋଇଥିବା ହତ୍ୟାକାଣ୍ଡ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଘଟଣା ଦିନ ଗୋଟିଏ ପରିବାରର ଉଭୟ ସ୍ୱାମୀ-ସ୍ତ୍ରୀ ଓ ସେମାନଙ୍କର ୪ ସନ୍ତାନକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଗୁଣି ଗାରେଡ଼ି ସନ୍ଦେହରେ ଏମାନଙ୍କୁ ହତ୍ୟା କରାଯାଇଥିଲା। ଘଟଣା ଦିନ ପରିବାରର ୬ ଜଣ ସଦସ୍ୟ ରାତ୍ରୀ ଭୋଜନ ପରେ ଶୋଇଥିଲେ।

ସମ୍ବନ୍ଧିତ ଖବର