ରାୟଗଡା: ରାୟଗଡା ଜିଲ୍ଲାରେ ବେଆଇନ ମଦ କାରବାରକୁ ବନ୍ଦ କରିବା ପାଇଁ ଜିଲ୍ଲା ପୁଲିସ ଚଢଉ ଜାରି ରଖିଛି।ଏକ ରିପୋର୍ଟ ଅନୁସାରେ ଗତ ୫ ବର୍ଷରେ ଜିଲ୍ଲାରେ ୨୯୧୦ଟି ମାମଲା ରୁଜୁ ହୋଇଥିବା ବେଳେ ୬୧୪ ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଜିଲ୍ଲାରେ ମଦ କାରବାର ଜୋରସୋରରେ ଚାଲିଥିବା ନେଇ ପୁଲିସ ନିକଟରେ ଖବର ପହଞ୍ଚିବା ପରେ ଅପରେସନ ମଦ ବନ୍ଦ ଆରମ୍ଭ ହୋଇଥାଏ। ପୁଲିସ ଟିମ ଗଠନ କରି ଦୁର୍ଗମରୁ ଅତି ଦୁର୍ଗମ ତଥା ନକ୍ସଲ ପ୍ରବଣ ଅଂଚଳରେ ସୁରକ୍ଷାର ସହ ମଦ ମାଫିଆଙ୍କ ଉପରେ ଚଢଉ କରି ଆସୁଛି। ତେବେ ରିପୋର୍ଟ ଅନୁଯାୟୀ ଗତ ୨୦୧୮ ମସିହାରେ ୩୭୦ଟି ମାମଲା ରୁଜୁ ହୋଇଥିବା ବେଳେ ୨୭୧୬ ଦେଶୀ ମଦ, ୯୦୭ ଲିଟର ପାଉଚ ମଦ, ୩୨ ଲିଟର ତାଡି, ୯୭୫ ଲିଟର ବିଦେଶୀ ମଦ ଜବତ କରାଯାଇଛି। ଏଥିସହ ଏହି ବର୍ଷ ୫ଟି ଗାଡିକୁ ଜବତ କରାଯିବା ସହ ୨୩୬ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ୨୦୧୯ ମସିହାରେ ୪୫୫ଟି ମାମଲା ରୁଜୁ ହୋଇଥିବା ବେଳେ ୪୬୮୨ ଲିଟର ଦେଶୀ ମଦ, ୧୩୯୪ ପାଉଚ ମଦ, ୨୦ ଲିଟରର ତାଡି, ୧୦୦୭ ଲିଟର ବିଦେଶୀ ମଦ ଜବତ କରାଯାଇଛି। ଏହି ମାମଲା ଗୁଡିକରେ ୧୮ଟି ଗାଡି ଜବତ କରାଯାଇଥିବା ବେଳେ ୨୨୭ ଜଣଙ୍କୁ ଗିରଫ କରାଯାଇଛି।

Advertisment

publive-image Sambad

୨୦୨୦ ମସିହାରେ ୬୪୭ଟି ମାମଲା ରୁଜୁ ହୋଇଥିବା ବେଳେ ୮୮୪୯ ଲିଟର ଦେଶୀ ମଦ, ୪୧୨ ପାଉଚ ମଦ,୩୨୦ ତାଡି ଏବଂ ୯୨୧ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା। ଏହି ମାମଲା ଗୁଡିକରେ ୬୫ଟି ଗାଡି ଜବତ କରାଯାଇଥିବା ବେଳେ ୧୦୨ ଜଣଙ୍କୁ ଗିରଫ କରାଯାଇଥିଲା। ସେହିପରି ୨୦୨୧ ମସିହାରେ ୫୯୫ଟି ମାମଲା ରୁଜୁ ହୋଇଥିବା ବେଳେ ୭୨୧୫ ଲିଟର ଦେଶୀ ମଦ, ୩୪୮ ଲିଟର ପାଉଚ ମଦ, ୨୩୫ ଲିଟର ତାଡି ଏବଂ ୧୫୮୦ ଲିଟର ବିଦେଶୀ ମଦ ଜବତ କରାଯାଇଛି। ଏହି ମାମଲା ଗୁଡିକରେ ୩୦ଟି ଗାଡି ଜବତ କରାଯିବା ସହ ୨୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଗତବର୍ଷ ଅର୍ଥାତ ୨୦୨୨ ମସିହାରେ ୮୪୩ଟି ମାମଲା ରୁଜୁ କରାଯାଇ ୯୪୧୪ ଲିଟର ଦେଶୀ ମଦ, ୩୬୬ ଲିଟର ପାଇଚଚ ମଦ, ୪୫ ଲିଟର ତାଡି ଏବଂ ୧୪୪୭ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା। ଏହି ମାମଲା ଗୁଡିକରେ ୮ଟି ଗାଡି ସହ ୨୫ ଜଣ ମଦ ମାଫିଆଙ୍କୁ ଗିରଫ କରାଯାଇଥିଲା। ତେବେ ଜିଲ୍ଲାରେ ଗତ ୫ ବର୍ଷରେ ମୋଟ ୪୨ ହଜାର ୮୮୬ ଲିଟର ମଦ ଜବତ କରାଯାଇଥିବା ବେଳେ ୧୨୬ଟି ଗାଡି ଜବତ କରାଯାଇଛି। ଏହି ଚଢାଉ ଏବେ ବି ଜାରି ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି। ଚଳିତବର୍ଷ ବି ବେଆଇନ ମଦ କାରବାରର ବନ୍ଦ କରିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଚଢଉ କରାଯାଇ ସଫଳତା ହାସଲ ପାଉଥିବା କୁହାଯାଇଛି।