ଝାରସୁଗୁଡ଼ା: ବଡ଼ମାଳ ପୁଲିସ ହାତରେ ଶୁକ୍ରବାର ଲାଗିଛି ବିଡ଼ା ବିଡ଼ା ଟଙ୍କା। ଯାନବାହନ ଯାଞ୍ଚ କରାଯାଉଥିବା ବେଳେ ସେହି ରାସ୍ତାରେ ଯାଉଥିବା ଦୁଇ ଗୋଟି ଗାଡ଼ିରୁ ଟଙ୍କା ବାହାରିଥିବା ବେଳେ ସେହି ଟଙ୍କା ସଂପର୍କରେ ପୁଲିସ ଛାନଭିନ୍‌ ଚାଲିଥିବା ଜଣାଯାଇଛି। ଆଇଆଇସି ଅମିତାଭ ପଣ୍ଡାଙ୍କ ସୂତ୍ରରୁ ପ୍ରକାଶ ଯେ, ରାଜଗାଙ୍ଗପୁରର ଜଣେ ଲିକର ବ୍ୟବସାୟୀ ଇଫତିକାର ଅହମ୍ମଦଙ୍କ ଠାରୁ ସାଢେ ୪ ଲକ୍ଷ ଟଙ୍କା ଓ ଇମରାନ ଇକୱାଲଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ଜବତ ହୋଇଛି।

Advertisment

ଇଫତିକାର ଅତାବିରାରୁ ତାଙ୍କ ବ୍ୟବସାୟୀକ ଟଙ୍କା ଆଦାୟ କରି ରାଜଗାଙ୍ଗପୁର ଏକ ସେଣ୍ଟ୍ରୋ କାରରେ ଯାଉଥିବା ବେଳେ ଅନ୍ୟତମ ବ୍ୟକ୍ତି ଇମରାନ ଜଣେ ଓପିଜିସି କଣ୍ଟ୍ରାକ୍ଟର ବୋଲି ଜଣାପଡ଼ିଛି । ସେ ରାୟପୁରରୁ ବେଲପାହାଡ଼ ଯାଉଥିବା ବେଳେ ଲେବର ପେମେଣ୍ଟ ପାଇଁ ଦେଢ ଲକ୍ଷ ଟଙ୍କା ଧରିଥିବା କହିଛନ୍ତି। ଉଭୟଙ୍କ ଟଙ୍କା ମାଜିଷ୍ଟ୍ରେଟ୍‌ ରାମଚନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଜବତ କରାଯାଇଥିବା ବେଳେ ଶନିବାର ନିର୍ବାଚନ ଖର୍ଚ୍ଚ ମନିଟେରିଂ ସେଲରେ ଉପଯୁକ୍ତ ପ୍ରମାଣ ଦାଖଲ କରି ସେମାନେ ତାଙ୍କ ଟଙ୍କା ନେବାକୁ ଆବେଦନ କରି ପାରିବେ ବୋଲି ଜଣାପଡ଼ିଛି।