ରାୟଗଡା: ରାୟଗଡା ଜିଲ୍ଲାର ଗୋଟିଏ ଗାଁକୁ ନେଇ ଏବେ ବେଶ ଚର୍ଚ୍ଚା ହେଉଛି। ସଦର ବ୍ଲକର ଜେମାଦେଇ ପେଣ୍ଠ ଗ୍ରାମକୁ ନେଇ। ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୧୫ କିଲୋମିଟର ଦୁରରେ ରହିଛି ଏହି ଗ୍ରାମ। ଏହି ଗ୍ରାମଟି ପଞ୍ଚାୟତ ସଦର ମହକୁମା ହୋଇଥିବା ବେଳେ ଏକ ରାଜସ୍ବ ଗ୍ରାମ। ତେବେ ଏହି ଗ୍ରାମର ନାମକୁ ବିଭିନ୍ନ ସ୍ଥାନରେ ୬ ପ୍ରକାର ଲେଖା ଯାଇଛି। ତେବେ କେଉଁ ନାମଟି ଠିକ ଅଟେ ତାକୁ ନେଇ ଲୋକେ ଦ୍ବନ୍ଦରେ ପଡୁଛନ୍ତି। ପ୍ରଶାସନର ଖାମଖିଆଲି ମନଭାବ ଏଠାରେ ଜଳ ଜଳ ଦେଖାଯାଉଛି।
ଗୋଟିଏ ସ୍ଥାନରେ ଜମାଦେଇ ପେଣ୍ଠ ତ ଅନ୍ୟ ସ୍ଥାନରେ ଜେମାଦେଇପେଷ୍ଟ, ଜିମିଡିପେଟା, ଜେ. ପୋଷ୍ଟ, ଝିମିଡିପେଟା, ଜମିଟିପେଣ୍ଠ ରହିଛି। ଏପରିକି ଏହି ଗ୍ରାମରେ ଏକ ରେଳ ଷ୍ଟେସନ ମଧ୍ୟ ରହିଛି। ଯେଉଁଠି ଜେମାଦେଇ ପେଣ୍ଠ ବୋଲି ଉଲ୍ଲେଖ ରହିଛି। ତେବେ ସ୍ଥାନୀୟ ଲୋକଙ୍କ କହିବା ହେଲା ଏହି ଗ୍ରାମର ନାମ ଜେମାଦେଇ ପେଣ୍ଠ। କିନ୍ତୁ ଅତି କଦର୍ଯ୍ୟ କରି ସରକାର ଏହି ନାମକୁ ଗ୍ରାମର ଅନ୍ୟ ସ୍ଥାନ ଗୁଡିକରେ କଦର୍ଯ୍ୟ କରି ଲେଖିଛନ୍ତି। କିନ୍ତୁ ଅନ୍ୟ ବୁଦ୍ଧିଜୀବୀଙ୍କ କହିବା ହେଲା ବିଭିନ୍ନ ଅଫିସ ତରଫରୁ ଏହି ଗ୍ରାମରେ ମରାଯାଇଥିବା ନାମଫଳକରେ ଭିନ୍ନ ଭିନ୍ନ ନାମ ଲେଖି ମରାଯାଇଛି। ଯାହାକୁ ସଜାଡିବା ତ ଦୂରର କଥା ଏହାକୁ ନେଇ ଯୁକ୍ତିତର୍କ ମଧ୍ୟ ହେଉଛି।
/sambad/media/post_attachments/wp-content/uploads/2023/04/Rgda-one-village-6-name-5.jpg)
ତେବେ ସବୁଠାରୁ ଲଜ୍ଜାର ବିଷୟ ହେଲା ରାଜନେତାଙ୍କ ପାଇଁ। ସେମାନେ ବାରମ୍ବାର ଏହି ଗ୍ରାମରେ ପାଦ ଦେଉଥିଲେ ମଧ୍ୟ ଏଭଳି ଅବ୍ୟବସ୍ଥାକୁ ସୁଧାରିବା ନେଇ କୌଣସି ପଦକ୍ଷେପ ନେଇନଥିବା ଦେଖିବାକୁ ମିଳିଛି। ଗୋଟିଏ ରାଜସ୍ବ ଗ୍ରାମକୁ ଏଭଳି କଦର୍ଯ୍ୟ କରିବା ଭଳି କାର୍ଯ୍ୟ ଜାଣିଶୁଣି ନା ଅଜାଣତରେ କରାଯାଇଛି ତାହାର ତଦନ୍ତ କରିବା ଜରୁରୀ ଅଟେ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଜିଲ୍ଲା ସଦର ମହକୁମା ଠାରୁ ମାତ୍ର କିଛି ଦୁରରେ ରହିଥିବା ଏହି ଗ୍ରାମକୁ ଏଭଳି ଲେଖାଯିବା ଓଡିଆ ଭାଷା ପ୍ରତି ଅସମ୍ମାନ ବୋଲି ଅଭିଯୋଗ ହୋଇଛି। ଯେତେବେ ବି ଏହି ଗ୍ରାମର ନାମ ବୋର୍ଡ ଗୁଡିକରେ ଉଲ୍ଲେଖ କରାଯାଉଛି ସେତେବେଳେ ଏହାର କଣ ତଦନ୍ତ କରାଯାଉ ନାହିଁ କି ବୋଲି ପ୍ରଶ୍ନ କରାଯାଇଛି। ତେବେ ଜାଣିଶୁଣି ଏଭଳି କରାଯାଉଛି ବୋଲି କୁହାଯାଇଛି।ତୁରନ୍ତ ସମସ୍ତ ଭୁଲ ନାମ ଲେଖା ଥିବା ଗ୍ରାମର ନାମକୁ ବଦଳାଯାଉ ନଚେତ ବୋର୍ଡ ଗୁଡିକ ହଟାଯାଉ ବୋଲି ଦାବି ହୋଇଛି। କିଛି ପ୍ରଶାସନିକ ଅଧିକାରୀ ନିଜ ନାମ ଗୋପନ ରଖି କିନ୍ତୁ ଏହାର ପ୍ରକୃତ ନାମ ଜମାଦେଇ ପେଣ୍ଠ ବୋଲି କହିଛନ୍ତି।