୩ ସଡ଼କ ଦୁର୍ଘଟଣା: ୬ ଆହତ, ୩ ଗୁରୁତର 

ରାଉରକେଲା/ ଗୁରୁଣ୍ଡିଆ: ସୁନ୍ଦରଗଡ ଗୁରୁଣ୍ଡିଆ ବ୍ଲକରେ ଆଜି ତିନିଟି ପୃଥକ ପୃଥକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣ ଆହତ ହୋଇଥିବାବେଳେ ଅନ୍ୟ  ୩  ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଗୁରୁଣ୍ଡିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର  ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)କୁ ପଠାଯାଇଛି। ଗୁରୁତର ଆହତମାନେ ହେଲେ ଡାମି ଓରାମ, ସୁଶାନ୍ତ କିସାନ, ସନ୍ତୋଷ କିସାନ।

ଗୁରୁଣ୍ଡିଆ ପୁଲିସ ତିନିଟି ପୃଥକ ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ସଂଧ୍ୟା ପ୍ରାୟ ସାଢ଼େ  ୬ଟାରେ ନରେନ୍ଦ୍ରରୁ କଲୁଙ୍ଗା ପୂର୍ତ୍ତବିଭାଗ ରାସ୍ତାର ରଜାବସା ପେଟ୍ରୋଲ ପମ୍ପ ନିକଟରେ ମୋଟରବାଇକ୍‌ ଭାରସାମ୍ୟ ହରାଇ ରାସ୍ତାରେ ପିଟି ହୋଇଯାଇଥିଲା। ଫଳରେ ଡୁମେରମୁଣ୍ଡା ଗାଁର ସୁଶାନ୍ତ ଓରାମ, ଦାମୀ ଓରାମ୍‌  ଗୁରୁତର ହୋଇଥିଲେ। ଏକ ଅଟୋରେ ଦୁହିଁଙ୍କୁ ଉଦ୍ଧାର କରି ଗୁରୁଣ୍ଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରୁ ତାଙ୍କୁ ଆର୍‌ଜିଏଚ୍‌ ପଠାଯାଇଥିଲା।

ଅନୁରୂପ ଭାବେ ଗୁରୁଣ୍ଡିଆରୁ ଜର୍ଡା ରାସ୍ତାର ଚିଲବାସ ଠାରେ ଏକ ଯାତ୍ରୀବାହୀ ଅଟୋ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା। ଏଥିରେ ବସିଥିବା ବଡଗାଁର ପାର୍ବତୀ କୁଜୁର, ଆୟଶା ଟପ୍ପୋ ଆହତ ହୋଇଥିଲେ। ସେହିପରି କୁଣ୍ଢେଇଡିହା ଠାରେ ମୋଟରବାଇକରୁ ପଡି ରାମଛିଣ୍ଡା ଗାଁର ସନ୍ତୋଷ କିସାନ, ବୁଦ୍ଧଦେବ କିସାନ ଆହତ ହୋଇଛନ୍ତି। ତିନିଟି ସଡ଼କ ଦୁର୍ଘଟଣା ପ୍ରାୟ ଅଧଘଣ୍ଟା ବ୍ୟବଧାନରେ ହୋଇଛି।

ସମ୍ବନ୍ଧିତ ଖବର