ପରୀକ୍ଷା ପାଇଁ ୨୯ଜଣଙ୍କ ସ୍ୱାବ ଗଲା, ୬ଟି ଗାଁ ସିଲ, ସାମାଜିକ ଦୂରତ୍ୱ ଉଲଘଂନ ନେଇ ଦୁଇ କିରାନା ଦୋକାନୀ ଅଟକ

ଭବାନୀପାଟଣା:  କଳାହାଣ୍ଡି ଜିଲ୍ଲାରେ ପ୍ରଥମ ପିଜିଟିଭ ଚିହ୍ନଟ ହେବା ପରେ କରୋନା ରୋଗୀଙ୍କୁ କଟକସ୍ଥିତ ଅଶ୍ୱିନୀ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ସେହିଭଳି ଟ୍ରେସିଂ କଣ୍ଟାକ୍ଟ ରେ ୩୯ଜଣଙ୍କ ରକ୍ତ ସ୍ୱାବ ପରୀକ୍ଷା ନିମନ୍ତେ ଗତକାଲି ଭୁବନେଶ୍ୱର ପଠାଯାଇଛି । ପଜିଟିଭ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ପଞ୍ଚାୟତ ର ୬ଟି ଗାଁ ସିଲ କରି ଦିଆଯାଇଛି । ୨ ଟି ସ୍କୁଲରେ ୩୯ ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି । କଳାହାଣ୍ଡି ଜିଲ୍ଲାରେ ଲକଡାଉନ ସମୟରେ ଆଜି ପର୍ଯ୍ୟନ୍ତ ଉଲଙ୍ଘନ କାରୀଙ୍କ ବିରୋଧରେ ୧୧୫ ମାମଲା ରୁଜୁ ହୋଇଛି । ୬୩ଟି ବାଇକ ଜବତ ହୋଇଥିବା ବେଳେ ୧୭୮ ଜଣଙ୍କୁ ପୁଲିସ ଗିରଫ କରିଛି ।
ଆଜି ଭବାନୀପାଟଣା ସହରର ବେଣୁ କିରାନା ଦୋକାନରେ ସାମାଜିକ ଦୂରତ୍ୱ ଉଲଂଘନ କରିଥିବା ଯୋଗୁଁ କିରାନା ଦୋକାନୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସେହିଭଳି କେସିଙ୍ଗା ଠାରେ ରାମ ଅବତାର କିରାନା ଦୋକାନରେ ସାମାଜିକ ଦୂରତ୍ୱ ଉଲଂଘନ ନେଇ ମାମଲା ରୁଜୁ ହୋଇଥିବା ବେଳେ ଦୋକାନ ସିଲ କରିବା ସହିତ ଜଣଙ୍କୁ ଅଟକ ରଖାଯାଇଛି । ଭବାନୀପାଟଣା ସହର ସ୍ଥିତ କୁକୁଡ଼ା ଫାର୍ମ ପଡା ଠାରେ ଦେଶୀ ମଦ ରେ କୁଇନାଇନ ଟାଵଲେଟ ପକାଇ ବିକ୍ରି କରୁଥିବା ବେଳେ ବବଲୁ ମେହେର(୨୩)ଙ୍କୁ ଗିରଫ କରିବା ସହିତ ୫୦ ଲିଟର ଦେଶୀ ମଦ ପୁଲିସ ଜବତ କରିଛି ।
କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦରବ୍ଲକ ରେ ବାହାରୁ ଆସୁଥିବା ଦାଦନ ଶ୍ରମିକ ମାନଙ୍କ ମାନଙ୍କ ପାଇଁ ୬ଟି କେନ୍ଦ୍ର ରେ ୭୭ଜଣ, ଧର୍ମଗଡ଼ ବ୍ଲକରେ ୬ଟି କେନ୍ଦ୍ରରେ ୧୦୮ଜଣ, ଗୋଳମୁଣ୍ଡା ବ୍ଲକରେ ୩ଟି କେନ୍ଦ୍ରରେ ୫୫ଜଣ, ଜୟପାଟଣା ବ୍ଲକରେ ୪ଟି କେନ୍ଦ୍ରରେ ୪୦ ଜଣ, ଜୁନାଗଡ଼ ବ୍ଳକରେ ୮ଟି କେନ୍ଦ୍ରରେ ୯୫ଜଣ, କଲମପୁର ବ୍ଲକରେ ଗୋଟିଏ କେନ୍ଦ୍ରରେ ୬ଜଣ, କେସିଙ୍ଗା ବ୍ଲକରେ ଗୋଟିଏ କେନ୍ଦ୍ରରେ ୩୧ ଜଣ, କୋକସରା ବ୍ଲକର ୮ଟି କେନ୍ଦ୍ରରେ ୮୨ଜଣ, ଲାଞ୍ଜିଗଡ଼ ବ୍ଲକର ଗୋଟିଏ କେନ୍ଦ୍ର ରେ ୨୨ଜଣ, ମଦନପୁର ରାମପୁର ବ୍ଲକରେ ୪ଟି କେନ୍ଦ୍ରରେ ୯୯ଜଣ, ନର୍ଲା ବ୍ଲକରେ ୨ଟି କେନ୍ଦ୍ର ରେ ୧୬ ଜଣ, ଥୁଆମୂଳ ରାମପୁର ବ୍ଲକର ୨ଟି କେନ୍ଦ୍ର ରେ ୧୫ଜଣ ଦାଦନ ଶ୍ରମିକଙ୍କୁ ରଖା ଯାଇଛି । ଜିଲ୍ଲା ର୧୩ଟି ବ୍ଳକର ୪୭ ଟି କେନ୍ଦ୍ରରେ ୫୮୦ ଜଣ ପୁରୁଷ ଓ ମହିଳା , ୬୬ଜଣ ଶିଶୁ ସମେତ ୬୪୦ ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିବା ସରକାରୀ ସୂତ୍ରରୁ ପ୍ରକାଶ ।
ସମ୍ବନ୍ଧିତ ଖବର