୧୮୬୮ ପ୍ରାର୍ଥୀପତ୍ର କାଏମ୍‌, ୬୪ ନାକଚ

ଦେବଗଡ଼: ତ୍ରିସ୍ତରୀୟ ପଞ୍ଚ‌ାୟତ ନିର୍ବାଚନ ପାଇଁ ଦେବଗଡ଼ ଜିଲ୍ଲାରେ ୧୯୩୨ ଜଣ ନାମାଙ୍କନପତ୍ର ଦାଖଲ କରିଥିଲେ। ଶନିବାର ଯାଞ୍ଚ ପ୍ରକ୍ରିୟା ପରେ ‌୬୪ ଜଣଙ୍କ ନାମାଙ୍କନପତ୍ର ନାକଚ ହୋଇଯାଇଛି। ସେଥିରୁ ସରପଞ୍ଚ ଆସନ ପାଇଁ ୮ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବାବେଳେ ସମିତି ସଭ୍ୟ ପାଇଁ ୧୦, ଜିଲ୍ଲାପରିଷଦ ପାଇଁ ୬ ଓ ୱାର୍ଡମେମ୍ବର ପାଇଁ ୪୦ ଜଣଙ୍କ ନାମାଙ୍କନପତ୍ର ନାକଚ ହୋଇଯାଇଛି। ଫଳରେ ଏବେ ୧୮୬୮ଜଣଙ୍କର ପ୍ରାର୍ଥୀପତ୍ର କାଏମ ରହିଥିବା ସୂଚନା ମିଳିଛି। ଜିଲ୍ଲାର ତିଲେଇବଣି ବ୍ଲକ୍‌ର ୨୫୯ ଜଣ ୱାର୍ଡ ମେମ୍ବର ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ୧୪ ଜଣଙ୍କ ନାମାଙ୍କନପତ୍ର ନାକଚ ହେବା ପରେ ଏହି ପଦ ପାଇଁ ୨୪୫ ଜଣଙ୍କ ନାମାଙ୍କନପତ୍ର କାଏମ ରହିଛି। ସରପଞ୍ଚ ପଦ ପାଇଁ ୫୪ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ୪ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଛି। ଏହି ପଦ ପାଇଁ ୫୦ ଜଣ ପ୍ରାର୍ଥୀପତ୍ର କାଏମ ରହିଛି। ସମିତି ସଭ୍ୟ ପାଇଁ ୫୩ଜଣ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ଜଣେ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ନାକଚ ହେବା ପରେ ୫୨ଜଣଙ୍କ ନାମାଙ୍କନପତ୍ର କାଏମ୍‌ ରହିଛି। ସେହିପରି ଭାବେ ବାରକୋଟ୍‌ ବ୍ଲକରୁ ୫୪୯ଜଣ ୱାର୍ଡମେମ୍ବର ପାଇଁ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ୧୨ ଜଣଙ୍କ ନାମାଙ୍କନପତ୍ର ନାକଚ୍‌ ହେବା ପରେ ଏହି ପଦ ପାଇଁ ୫୩୭ ଜଣଙ୍କ ନାମାଙ୍କନପତ୍ର କାଏମ ରହିଛି।

ସରପଞ୍ଚ ପଦ ପାଇଁ ୧୦୧ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ଜଣଙ୍କ ନାମାଙ୍କନପତ୍ର ନାକଚ ହୋଇଛି। ସମିତି ସଭ୍ୟ ପାଇଁ ୯୯ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ଜଣେ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଛି। ରିଆମାଳ ବ୍ଲକରେ ୫୭୬ ଜଣ ୱାର୍ଡମେମ୍ବର ପାଇଁ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ୧୪ ଜଣଙ୍କ ନାମାଙ୍କନପତ୍ର ନାକଚ ହୋଇଛି। ସରପଞ୍ଚ ପଦ ପାଇଁ ୧୦୯ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ୩ଜଣଙ୍କ ନାମାଙ୍କନପତ୍ର ନାକଚ ହେବା ପରେ ଏହି ପଦ ପାଇଁ ୧୦୬ ଜଣ ପ୍ରାର୍ଥିପତ୍ର କାଏମ ରହିଛି। ସମିତି ସଭ୍ୟ ପାଇଁ ୯୯ଜଣ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ୮ପ୍ରାର୍ଥୀଙ୍କ ନାମାଙ୍କନପତ୍ର ନାକଚ ହୋଇଛି। ୭ଟି ଜିଲ୍ଲାପରିଷଦ ଜୋନ୍‌ ପାଇଁ ୩୩ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୬ ସ୍ବାଧୀନ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ନାକଚ ହେବା ପରେ ୨୭ଜଣଙ୍କ ନାମାଙ୍କନପତ୍ର କାଏମ ରହିଛି।

ସମ୍ବନ୍ଧିତ ଖବର