ପ୍ରାଣନାଥ ମହାବିଦ୍ୟାଳୟର ସାମ୍ବତ୍ସରିକ ଉତ୍ସବ ଓ ସମ୍ମାନ

ଖୋର୍ଦ୍ଧା: ଆଜି ପ୍ରାଣନାଥ ମହାବିଦ୍ୟାଳୟର ୬୩ତମ ସାମ୍ବତ୍ସରିକ ଉତ୍ସବ ଓ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ତଥା ମୁଖ୍ୟଅତିଥି ଭାବେ ରାଜ୍ୟ ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗ ଦେଇଥିଲେ। ସମ୍ମାନିତ ଅତିଥିଭାବେ ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଓ ଜଣାଶୁଣା ଲେଖିକା ଡଃ. ଅର୍ଚ୍ଚନା ନାୟକ, ସଂଗୀତ ନିର୍ଦେଶକ  ମନମଥ ମିଶ୍ର ମଂଚାସୀନ ଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ଅଜନ୍ତା ଶତପଥୀ ସ୍ୱାଗତ ଭାଷଣ ଦେଇଥିଲେ। ପ୍ରଫେସର ଶୁଭେନ୍ଦୁ ମହାନ୍ତି ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ମାଧବଚନ୍ଦ୍ର ମହାନ୍ତି, ପ୍ରଣବ କିଶୋର ମହାନ୍ତି, ସନ୍ତୋଷ ମିଶ୍ର, ଲଳିତ ପଣ୍ଡା, ଅରବିନ୍ଦ ପ୍ରଧାନ, ପ୍ରିୟବ୍ରତ ମହାନ୍ତି, ସିପ୍ରା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ପତ୍ରିକା ପ୍ରତୀକ, ଦି ଫ୍ରଟ୍ ଫୁଟ୍ ଓ ଗବେଷଣା ନିବନ୍ଧ ସଂକଳନ ମଂଜରୀ ଉନ୍ମୋଚିତ ହୋଇଥିଲା। ସମ୍ବର୍ଦ୍ଧନା ଓ ସମ୍ମାନ କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟର ସଂସ୍ଥାପକ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ପ୍ରାଣନାଥ ସମ୍ମାନ, ସଂଗୀତ ନିର୍ଦେଶକ ମନ୍ମଥ ମିଶ୍ରଙ୍କୁ ପ୍ରାଣନାଥ ସଂଗୀତ ସମ୍ମାନ, ଲେଖିକା ଡଃ. ଅର୍ଚ୍ଚନା ନାୟକଙ୍କୁ ମଂଜରିଦେବୀ ସାହିତ୍ୟ ସମ୍ମାନ ଓ ପୂର୍ବତନ ଅଧ୍ୟକ୍ଷ ମନୋରଂଜନ ସେନାପତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସେହିଭଳି ଉତ୍ତମ ସ୍ନାତକ ଛାତ୍ରୀ ବିଜ୍ଞାନ ବିଭାଗର ସର୍ବାଧିକ ନମ୍ବର ରଖିଥିବା ଭାବେ ରସାୟନ ବିଭାଗର ମନୀଷା ମହାରଣା, କଳା ବିଭାଗର ସର୍ବାଧିକ ନମ୍ବର ରଖିଥିବା ବେବିନା ବେହେରା, ବାଣିଜ୍ୟ ବିଭାଗର ସର୍ବାଧିକ ନମ୍ବର ରଖିଥିବା ଏଲ୍ ଭାନିଲାଙ୍କୁ ସମ୍ମାନିତ କରାଯାଇଥିଲା। ବିଶ୍ୱବିଦ୍ୟାଳୟସ୍ତରୀୟ ଓଡ଼ିଆ ରଚନା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପୂର୍ଣ୍ଣିମା ବେହେରା, ବିବିଏର ସର୍ବାଧିକ ନମ୍ବର ରଖିଥିବା ରଶ୍ମିତା ମହାନ୍ତି, ସ୍ନାତକୋତ୍ତର-ଶିକ୍ଷା ଚନ୍ଦ୍ରକାନ୍ତ ବାରିକ, ପିଏମ୍ଆଇଆର୍ ବିଭାଗର ଶୈଳେନ୍ଦୁ ସ୍ୱାଇଁ, ସ୍ନାତକୋତ୍ତର ବାଣିଜ୍ୟର କୁସୁମିତା ରାଉତ, ସ୍ନାତକୋତ୍ତର କମ୍ପ୍ୟୁଟର ପ୍ରୟୋଗର ପ୍ରଭାସିନୀ ସେନାପତି, ସ୍ନାତକୋତ୍ତର ବିଜ୍ଞାନ-ଜିଓଲୋଜିର ଦେବସ୍ୱିନୀ ରଥଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ପୁରାତନ ଛାତ୍ରଙ୍କ ମଧ୍ୟରେ ପ୍ରଶାସକ ରାଧାକାନ୍ତ ପାଣି, ସମାଜସେବା ନରେନ୍ଦ୍ର ପୃଷ୍ଟି, ଆଇନ ବିଚିତ୍ର କୁମାର ବଡ଼ଜେନା, ସାମ୍ବାଦିକ ରାଧା ମାଧବ ମିଶ୍ର, ନାଟକ ସନ୍ତୋଷ କୁମାର ମହାନ୍ତି, ଶିକ୍ଷା ବୈକୁଣ୍ଠ ନାଥ ରାଜଗୁରୁ, ସ୍ୱାସ୍ଥ୍ୟସେବା ଡା ସୂର୍ଯ୍ୟକାନ୍ତ ପାଟ୍ଟଷାଣୀଙ୍କୁ ସମ୍ମାନିତ କରାଯାଇଥିବା ବେଳେ ପିଏଚ୍ଡି ପାଇଥିବା ପ୍ରାଧ୍ୟାପକ ପ୍ରିୟବ୍ରତ ମହାନ୍ତି, ସୌମେନ୍ଦ୍ର ମିଶ୍ର ଓ ବାମଦେବ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା। ସେହିଭଳି ମହାବିଦ୍ୟାଳୟରେ୨୫ ବର୍ଷ ପୂର୍ତ୍ତି କରିଥିବା କର୍ମଚାରୀଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସମ୍ବନ୍ଧିତ ଖବର